ସାଙ୍ଗ ଜନ୍ମଦିନରେ ସାଙ୍ଗର ମୃତ୍ୟୁ, ଜନ୍ମଦିନ ପାର୍ଟିରୁ ଫେରୁଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ

ଛତ୍ରପୁର (କେନ୍ୟୁଜ୍): ଏକ ଅଜଣା ଗାଡ଼ି ଧକ୍କାରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଜାତୀୟ ରାଜପଥ ନିକଟରେ ଜଣେ ଦଶମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଛାତ୍ର ଜଣକ ହେଲେ ବ୍ରହ୍ମପୁର ଆଙ୍କୁଲି ଶିଳ୍ପାଞ୍ଚଳର ଓମକାର ପଣ୍ଡାଙ୍କ ପୁଅ ହରିଶଙ୍କର ପଣ୍ଡା । ଗତକାଲି ସଂଧ୍ୟାରେ ହରିଶଙ୍କର ଓ ତାଙ୍କର ଜଣେ ବନ୍ଧୁ ସ୍ପନ୍ଦନ ଛତ୍ରପୁରସ୍ଥିତ ତାମ୍ପରା ବୁଲିବାକୁ ଯାଇ ଫେରୁଥିବା ବେଳେ ଜାତୀୟ ରାଜପଥରେ ଦୁର୍ଘଟଣା ଘଟି ଘଟଣାସ୍ଥଳରେ ହରିଶଙ୍କରଙ୍କର ମୃତ୍ୟୁ ହୋଇଥିଲା ।

bullet

ମୃତ ହରିଶଙ୍କର ହେଲମେଟ ପିନ୍ଧିଥିଲେ ସୁଦ୍ଧା ଗାଡିଟି ତାଙ୍କ ମୁଣ୍ଡ ଉପର ଦେଇ ଚଢି ଚାଲିଯାଇଥିଲା । ତାଙ୍କ ବନ୍ଧୁ ସ୍ପନ୍ଦନଙ୍କ ଜନ୍ମଦିନ ଥିବା ହେତୁ ଉଭୟ ମିଶି ସମ୍ପର୍କୀୟଙ୍କ ଏକ ବୁଲେଟ୍ ମୋଟର ସାଇକେଲରେ ବୁଲିବାକୁ ଯାଇଥିବା ସହ ଜନ୍ମ ଦିନ ପାଳନ କରି ବ୍ରହ୍ମପୁର ଫେରୁଥିଲେ ।ଘଟଣା ପରେ ଛତ୍ରପୁର ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ଗୁରୁତର ଆହତ ସ୍ପନ୍ଦନକୁ ମେଡିକାଲକୁ ସ୍ଥାନାନ୍ତର କରିଥିବା ବେଳେ ମୃତଦେହକୁ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରିଥିଲେ ।

ଏନେଇ ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ମୃତ ହରିଶଙ୍କର ଘରର ଏକ ମାତ୍ର ପୁଅ ହୋଇଥିବା ବେଳେ ସେ ସହରର ଡି-ପଲ ସ୍କୁଲରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ । ହରିଶଙ୍କରଙ୍କ ମୃତ୍ୟୁ ଖବର ପରେ ତାଙ୍କ ଘର ଆଙ୍କୁଲି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.