କୁନି ବୈଜ୍ଞାନିକ ପ୍ରତୀକ ସେଠିଙ୍କ କମାଲ : ପକ୍ଷାଘାତ ରୋଗୀଙ୍କ ବ୍ରେନ କଣ୍ଟ୍ରୋଲ ପାଇିଁ ତିଆରି କଲେ ଡିଭାଇସ

କାମାକ୍ଷାନଗର (କେନ୍ୟୁଜ): ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ସର୍ବଦା ଭାରତ ସବୁବେଳେ ନିଜର ଏକସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । କୁନି କୁନି ବୈଜ୍ଞାନିକମାନଙ୍କର ପ୍ରତିଭା ଯୋଗୁ ଏହା ସମ୍ଭବ ହୋଇପାରିଛି। ଯାହା ଫଳରେ ବିଜ୍ଞାନ କ୍ଷେତ୍ରରେ ଏକ ନୂତନ ଭାରତ ଗଠନରେ ଏହି କୁନି ବୈଜ୍ଞାନିକ ମାନଙ୍କର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ପକ୍ଷାଘାତ ରୋଗୀଙ୍କ ବ୍ରେନ କଣ୍ଟ୍ରୋଲ ପାଇିଁ ଡିଭାଇସ ତିଆରି କରିବା ସହ ପକେଟ CPU କରି ଏବେ ସମସ୍ତଙ୍କ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ୧୧ବର୍ଷର କୁନି ବୈଜ୍ଞାନିକ।

ବୟସ କମ ହେଲେ ବି ବୁଦ୍ଧି ଆଶ୍ଚର୍ଯ୍ଯଜନକ। ଏଭଳି ଜଣେ ଆସାଧାରଣ ପ୍ରତିଭା ହେଉଛନ୍ତି ୧୧ବର୍ଷର କୁନି ବୈଜ୍ଞାନିକ ପ୍ରତୀକ ସେଠି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ଆଇଜିଆଇଟି (IGIT) କଲେଜ କ୍ଯାମ୍ପସରେ ରୁହନ୍ତି କମ୍ପ୍ଯୁଟର ସାଇନ୍ସର ପ୍ରଫେସର ଶ୍ରୀନିବାସ ସେଠି ଓ ତାଙ୍କର ପରିବାର। ତାଙ୍କର ୧୧ ବର୍ଷର ପୁଅ ପ୍ରତୀକ୍‌ ସେଠି ତାଳଚେର ଥର୍ମାଲ ସ୍ଥିତ ଡିଏଭି (DAV) ସ୍କୁଲର ଷଷ୍ଠ ଶ୍ରେଣୀର ଛାତ୍ର । ତୁଳସି ଦୁଇ ପତ୍ରରୁ ବାସିଲା ଭଳି ପ୍ରତିକର ପ୍ରତିଭା ଛୋଟ ବେଳରୁ ଜଣାପଡିଥିଲା। ବାପା ପ୍ରଫେସର ଥିବା ଯୋଗୁ ସେ ତିଆରି କରୁଥିବା ପ୍ରୋଜେକ୍ଟ ଗୁଡିକୁ ଦେଖି ଆଜି ସେ ନିଜେ ଏକ ପକ୍ଷାଘାତ ରୋଗିଙ୍କ ପାଇିଁ ଡିଭାଇସ ତିଆରି କରିଛନ୍ତି।

ଯାହା ଫଳରେ ତାଙ୍କୁ କୁନି ବୈଜ୍ଞାନିକ ଭାବେ ଏକ ନୂତନ ପରିଚୟ ସୃଷ୍ଟି କରିପାରିଛି। ବାପା ମଧ୍ୟ ପୁଅର କିଛି ନୂଆ କରି ଦେଖାଇବାର ଆଗ୍ରହକୁ ଦେଖି ସମସ୍ତ ଜିନିଷ ଦେବାଠାରୁ ଆରମ୍ଭ କରି ସାହାର୍ଯ୍ଯ କରିବାରେ ଅବହେଳା କରିନାହାଁନ୍ତି। ସରାଙ୍ଗ ଆଇଜିଆଇଟିର ପ୍ରଫେସର ରମେଶ କୁମାର ସାହୁ ମଧ୍ୟ ପ୍ରତୀକଙ୍କ ପାଇଁ ନୂଆ ଡିଭାଇସ ର୍ନିମାଣ ସହଯୋଗ କରିଛନ୍ତି ।ବିଭିନ୍ନ କାରଣରୁ ପକ୍ଷାଘାତ ରୋଗଙ୍କ ସଂଖ୍ଯା ଦିନକୁ ଦିନ ବଢ଼ିବାରେ ଲାଗିଛି,ଏପରି ସ୍ଥଳେ ପ୍ରତୀକଙ୍କ ଏହି ନୂତନ ଡିଭାଇସ ରୋଗିକଙ୍କ ପାଇଁ ବେଶ ସହାୟକ ହେବ ବୋଲି ଆଶା କରାଯାଏ।

ପ୍ରତିକ ଏହି ଡିଭାଇସକୁ ଅତ୍ୟାଧୁନିକ ଜ୍ଞାନକୈାଶଳ ର୍ନିମାଣ କରିଛନ୍ତି। ସେନ୍ସର ସିଷ୍ଟମ ଠାରୁ ଆରମ୍ଭ କରି ହୁଇଲ ଚେୟାରରେ ବସି ବ୍ଯବହୃତ କରିପାରିବେ। ଯାହା ଫଳରେ ରୋଗୀର ବ୍ରେନକୁ ଅତ୍ୟାଧୁନିକ ସିଷ୍ଟମଟି କଣ୍ଟ୍ରୋଲ କରି ପାରିବ। ରୋଗୀ ପ୍ରତ୍ୟେକ କାମକୁ ଅତି ସହଜରେ କରିପାରିବ। ଏହି ଡିଭାଇସ ର୍ନିମାଣ ପାଇଁ ତାଙ୍କୁ ୩ ମାସ ସମୟ ଲାଗିଥିବା କହିଛନ୍ତି ପ୍ରତିକ।ଏଥିପାଇଁ ପ୍ରାୟ ୨୫ ହଜାର ଟଙ୍କା ଖର୍ଚ ହୋଇଛି । ଆଗାମୀ ସମୟରେ ଏହି ପ୍ରୋଜେକ୍ଟକୁ ସେ ଯାନବାହନ କ୍ଷେତ୍ରରେ ବିନିଯୋଗ କରିବା ପାଇଁ ଆଶା ରଖିଛନ୍ତି । ସେହିପରି ଅନ୍ଯ ଏକ ପକେଟ ସିପିୟୁ (CPU) ଉଦ୍ଭାବନ କରିଛନ୍ତି ଯାହା ଲୋକଙ୍କ ଦୈନନ୍ଦିନ କାର୍ଯ୍ଯ ବେଶ ସୁଗମ ଓ ସହଜ ହୋଇପାରିବ । ଏହି ମିନି ସିପିୟୁ ସିଷ୍ଟମ ଟିଭି ଓ ମନିଟର ସାହାଯ୍ଯରେ ସଂଯୋଗ କରି ପାରିବେ। ଟିଭିକୁ କମ୍ପ୍ଯୁଟର ଭଳି ବ୍ଯବହାର ମଧ୍ୟ କରିପାରିବେ । ଏହି ଛୋଟ ସିପିୟୁ ସିଷ୍ଟମ ସମସ୍ତଙ୍କ କାମରେ ଆସିପାରିବ। ଯାହାକୁ ନେଇ ଖୁସି ବ୍ଯକ୍ତ କରିଛନ୍ତି ବାପା ତଥା ଆଇଜିଆଇଟି କମ୍ପ୍ଯୁଟର ସାଇନ୍ସର ସିନିୟର ପ୍ରଫେସର ଶ୍ରୀନିବାସ ସେଠି ।