Below header

ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ବସ୍, ୧୨ ଆହତ

ମୋହନା(କେନ୍ଯୁଜ୍): ଗଜପତି ଜ଼ିଲ୍ଲା ଅଡବା ଥାନା ଖ୍ରୀଷ୍ଟପୁର ଗ୍ରାମରେ ଗାନ୍ଧୀ ନାମକ ଏକ ଘରୋଇ ବସ (ନମ୍ବର-ଓଡ଼ି-15-H-6688) ଦୁର୍ଘଟଣା ହୋଇଛି l ସୂଚନା ମୁତାବକ ବସଟି ରାୟଗଡାରୁ କଟକ ଯାଉଥିବା ବେଳେ ଅତ୍ୟଧିକ ଗତି ଯୋଗୁଁ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିବା ଜଣାପଡିଛି l ଦୁର୍ଘଟଣା ବେଳେ ବସରେ ୩୦ଜଣ ଯାତ୍ରୀ ଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି।  ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ମୋହନା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛିl ସେମାନଙ୍କ ମଧ୍ୟରୁ ୪ ଜଣକୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର mkcg ମେଡ଼ିକାଲ ପଠାଯାଇଛି l

ରିପୋର୍ଟ ଅନୁଯାୟୀ ଦୁର୍ଘଟଣା ପରେ ଚାଳକ ଫେରାର ହୋଇଯାଇଥିବା ବେଳେ ଅଡବା ପୋଲିସ ଦୁର୍ଘଟଣାଗ୍ରସ୍ତ ବସଟିକୁ ଜବତ କରି ତଦନ୍ତ ଚଳାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଆଲୋକ ରଞ୍ଜନ ଜଗଦଲା ସୂଚନା ଦେଇଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.