Below header

ପରିବାର ଇଚ୍ଛା ବିରୋଧରେ କରିଥିଲେ ବିବାହ: ଭଉଣୀ ଓ ଭିଣୋଇକୁ ମାରିଦେଲା ଶଳା, ୩ ଗିରଫ

ହରିୟାଣାର ରୋହତକ ଜିଲ୍ଲାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପରିବାର ବିରୋଧରେ ବିବାହ କରିବା ଏକ ଦମ୍ପତିକୁ ବେଶ୍ ମହାଙ୍ଗା ପଡିଛି । ପରିବାର ବିରୋଧରେ ବିବାହ କରିବା ଯୋଗୁଁ ଦମ୍ପତିଙ୍କ ହତ୍ୟା ହୋଇଥିବାର ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାରେ ପୋଲିସ୍ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ମୃତ ଯୁବତୀଙ୍କର ଭାଇ ଓ ତାଙ୍କର ଦୁଇ ସାଙ୍ଗ ବୋଲି ଜଣାପଡିଛି ।

honour_killing

ମିଳିଥିବା ସୂଚନା ଅନୁଯାୟୀ, ଫରମାନା ଗ୍ରାମରେ ରହୁଥିବା ଦମ୍ପତି ପରିବାର ବିରୋଧରେ ବିବାହ କରିଥିଲେ ଏବଂ ସୁରକ୍ଷା ଦୃଷ୍ଟିରେ ଦୁହେଁ ରୋହତକକୁ ସ୍ଥାନାନ୍ତରିତ ହୋଇଯାଇଥିଲେ । ୧୯ ବର୍ଷୀୟା ଯୁବତୀ ଓ ତାଙ୍କ ସ୍ବାମୀକୁ ନେଇ ଯୁବତୀଙ୍କ ଭାଇ ମେହାମ କସ୍ବେ ଯାଇଥିଲେ । ସେଠାରେ ତା’ଙ୍କ ଭାଇଙ୍କଦୁଇ ସାଙ୍ଗ ଉପସ୍ଥିତ ରହିଥିଲେ । ସେଠାରେ ଅଭିଯୁକ୍ତମାନେ ପ୍ରଥମେ ଯୁବତୀକୁ ଛୁରୀରେ ମାରିଥିବାବେଳେ ଦୁହେଁ ଜୀବନ ରକ୍ଷା କରିବାକୁ ଦୌଡ଼ି ପଳାଇବାକୁ ଉଦ୍ୟତ ହେଉଥିଲାବେଳେ ଅଭିଯୁକ୍ତମାନେ ଯୁବତୀଙ୍କ ସ୍ବାମୀର ହତ୍ୟା କରିଥିଲେ ।

ଗୁରୁତର ଅବସ୍ଥାରେ ଯୁବତୀ ଜଣକ ହସ୍ପିଟାଲରେ ପହଞ୍ଚିଥିଲେ । କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ୍ ଘଟଣାସ୍ଥଳରୁ ଯୁବତୀଙ୍କ ସ୍ବାମୀଙ୍କ ମୃତଦେହକୁ ଉଦ୍ଧାର କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.