ମୋହନା: ପିକଅପ ସହ ପୁଣି ଜବତ ହେଲା ୧୨ କୁଇଣ୍ଟାଲ ଗଞ୍ଜେଇ,୩ ଗିରଫ

ମୋହନା(କେନ୍ୟୁଜ୍): ଗଞ୍ଜେଇ ଖଣି ଗଜପତି ଜିଲ୍ଲାରୁ ପୁଣି ଜବତ ହୋଇଛି ୧୨ କୁଇଣ୍ଟାଲ ଗଞ୍ଜେଇ।  ଆର. ଉଦୟଗିରି ପୋଲିସ ଯାନବାହନ ଯାଞ୍ଚ କଲାବେଳେ କାନକଟା ଚେକଗେଟରୁ ଏକ ବୋଲେରୋ ପିକଅପ ନଂ OD 07 E 1108 ରୁ ୧୨ କୁଇଣ୍ଟାଲ ୧୫ କେଜି ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ଚାଲାଣ ଅଭିଯୋଗରେ ଅଡବା ଥାନା ଗୁଙ୍ଗିମେରା ଗ୍ରାମର କରୁଣା ଗମାଙ୍ଗ,ପୁରୀ ଜ଼ିଲ୍ଲା ବ୍ରହ୍ମଗିରି ଥାନା ବେଣ୍ଟପଡାର ଶରତ ଦେ ଏବଂ ପୁରୀ ସଦରଥାନା ଅଞ୍ଚଳର ପ୍ରମୋଦ ମଲ୍ଲିକକୁ ଗିରଫ କରିଛି ପୋଲିସ l ଜବତ ଗଞ୍ଜେଇର  ଆନୁମାନିକ ମୂଲ୍ୟ ୬୦ ଲକ୍ଷ ୭୫ ହଜାର ହେବ ବୋଲି ଜଣା ପଡିଛି l

ଏହି ଗଞ୍ଜେଇ ଆର. ଉଦୟଗିରି ଅଞ୍ଚଳରୁ ପୁରୀ ଚାଲାଣ ହେଉଥିବା ଥାନା ଅଧିକାରୀ ମମତା ନାୟକ ସୂଚନା ଦେଇଛନ୍ତି l ପୋଲିସ ବୋଲେରୋ ଜବତ କରିବା ସହ ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି l ତେବେ ଅତି ଶୀଘ୍ର ସ୍ଥାନୀୟ ଅଞ୍ଚଳରେ ସକ୍ରିୟ ଥାଇ ଜ଼ିଲ୍ଲା ତଥା ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣରେ ସହଯୋଗ କରୁଥିବା ସ୍ଥାନୀୟ ମାଫିଆ ମାନଙ୍କୁ ଗିରଫ କରାଯିବ ବୋଲି ଜ଼ିଲ୍ଲା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.