ଛତ୍ରପୁରରେ ଆଜି ହେବାକୁ ଥିବା ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ହାଇଡ୍ରାମା: ଚିଲିକାର ହୋଟେଲରେ ୧୨ ଜଣ ସମିତି ସଭ୍ୟ ଅଟକ, ଭାଇରାଲ ହେଉଛି ଭିଡିଓ

ବ୍ରହ୍ମପୁର(କେନ୍ଯୁଜ୍): ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଆଜି ହେବାକୁ ଥିବା ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ହାଇଡ୍ରାମା । ଗତକାଲି ରାତିରୁ ୧୨ ଜଣ ସମିତି ସଭ୍ୟ ଚିଲିକାର ହୋଟେଲରେ ଅଟକ ହୋଇ ରହିଥିବା ଅଭିଯୋଗ ହୋଇଛି । ସେମାନଙ୍କୁ ପୋଲିସ ଅଟକ ରଖିଥିବା ନେଇ ଭାଇରଲ ଭିଡିଓରେ କହୁ ଥିବାର ଶୁଣିବାକୁ ମିଳୁଛି ।

ଗତ ମାର୍ଚ୍ଚ ୧୨ ତାରିଖରେ ୬ଜଣ ସମିତି ସଭ୍ୟକୋଭିଡ ପଜିଟିଭ ଚିହ୍ନଟ ହେବା ପରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ହୋଇପାରିନଥିଲା । ଅଟକ ସମିତି ସଭ୍ୟଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ତେବେ ଏମାନେ ଛତ୍ରପୁର ବିଧାୟକଙ୍କ ବିରୋଧୀ ଗୋଷ୍ଠୀ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ଶାସକ ବିଜେଡି ସମର୍ଥିତ ବୋଲି ସେମାନେ ଦାବି କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.