ବ୍ରଜରାଜନଗର ଉପ-ନିର୍ବାଚନ ସଜବାଜ: ଗୋଟିଏ ବୁଥ୍‌ରେ ସର୍ବାଧିକ ୧୨୫୦ ଭୋଟର ଦେବେ ଭୋଟ

ଭୁବନେଶ୍ବର(କେନ୍ୟୁଜ୍): ବ୍ରଜରାଜ ନଗର ଉପ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତାରେ ଅଛନ୍ତି ୧୧ଜଣ ପ୍ରାର୍ଥୀ । ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ଭୋଟ ଦେବେ । ନାମାଙ୍କନ ଦାଖଲ ପର୍ଯ୍ୟନ୍ତ ଭୋଟର ତାଲିକା ଚୂଡ଼ାନ୍ତ ହୋଇସାରିଛି । ୫୨୫ ଜଣ ଭୋଟର ଘରୁ ଭୋଟ ଦେବାକୁ ଆବେଦନ କରିଥିଲେ । ୩୨୫ ଜଣଙ୍କୁ ଘରୁ ଭୋଟ ଦେବାକୁ ଅନୁମତି ମିଳିଛି ।

୨୭୯ ବୁଥ୍‌ରେ ଭୋଟ ଦେବାର ବ୍ୟବସ୍ଥା ହୋଇଛି । ଗୋଟିଏ ବୁଥ୍‌ରେ ସର୍ବାଧିକ ୧୨୫୦ ଭୋଟର ଭୋଟ ଦେଇପାରିବେ । ୫୦% ବୁ୍‌ଥ୍‌ରେ କରାଯିବ ଭିଡିଓଗ୍ରାଫି କରାଯିବ । ସମ୍ବେଦନଶୀଳ ବୁଥ୍‌ରେ ହେବ କଡ଼ା ସୁରକ୍ଷା ବ୍ୟବସ୍ଥା । ପ୍ରତି ବୁଥ୍‌ରେ ପାଳନ ହେବ କୋଭିଡ କଟକଣା । ଅଭିଯୋଗ ପାଇଁ ଟୋଲ ଫ୍ରି ନମ୍ବର ୧୯୫୦ ଜାରି କରାଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.