“ସେମାନେ ପାଦ ରଖିଲେ ମୋତେ ଲାଗିଲା ଭଗବାନ ମୋ ପାଦ ଉପରେ ପାଦ ରଖିଛନ୍ତି”, ଟ୍ରାଫିକ ପୋଲିସ କାହିଁକି ଏମିତି କହିଲେ ଜାଣନ୍ତୁ

ଏବେ ବାହାରେ ଏମିତି ଖରା ଗରମ ହେଉଛିଯେ ପାଦ ତାତି ଯାଉଛି । ତଳେ ଖାଲି ପାଦରେ ଚାଲିବା ବି ସମ୍ଭବ ହେଉନାହିଁ । ବଡ ତ ବଡ ଛୁଆଙ୍କ ଅବସ୍ଥା ବି ସାଙ୍ଘାତିକ ସ୍ଥିତିରେ ଅଛି । ଯାହାର ସିନା ପାଦକୁ ଜୋତା, ମୁଣ୍ଡକୁ ଛତା ଅଛି ସେମାନେ ଚାଲିଯିବେ । ବାହାରର ଉତ୍ତାପ ରୁ ରକ୍ଷା ପାଇବା ପାଇଁ ଘରେ ଏସି, କୁଲର ଆଦି ଲଗେଇ ପାରିବେ । ତାଙ୍କୁ ଖରା ଏତେଟା ବାଧିବ ନାହିଁ । କିନ୍ତୁ ଯାହାର ନାହିଁ । ସେମାନେ କଣ କରିବେ । ସେମାନେ ଆଉ କଣ ବଂଚିବା ଛାଡ଼ିଦେବେ । ସେମିତି ତ ଆଉ ହବନି । ବାସ କିଛି ସତ ହୃଦୟ ବ୍ୟକ୍ତି ହାତ ବଢେଇବା ଆବଶ୍ୟକ । ଠିକ ଏମିତି ହିଁ ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଆଉ ଏନେଇ ଏକ ଭିଡିଓ ମଧ୍ୟ ଖୁବ ଭାଇରାଲ ହେବାରେ ଲାଗିଛି । ପ୍ରକୃତରେ ଘଟଣାଟି ଜଣେ ପୋଲିସ କର୍ମଚାରୀଙ୍କୁ ନେଇ । ଜଣେ ଟ୍ରାଫିକ ପୋଲିସ ରାସ୍ତା ମଝିରେ ଛିଡା ହୋଇ ନିଜ ଡ୍ୟୁଟି ସମ୍ପାଦନ କରୁଥିଲେ । ଏହି ସମୟରେ ଦୁଇ ଜଣ ଜରି ଗୋଟାଳି ଶିଶୁ ସେହି ରାସ୍ତା ଦେଇ ଯାଉଥିଲେ । ଆଉ ସେହି ଶିଶୁ ଦୁଇ ଜଣଙ୍କ ପାଦ ଡହ ଡହ ଖରାରେ ଯେମିତି ତାତି ଯାଉଥିଲା ।

 

ଖାଲି ପାଦରେ ଏହି ଖରାର ତାତି ବା କେତେ ସହିଥାନ୍ତା । ଆଉ ଏଭିତରେ ଶିଶୁ ଦୁଇଟିଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ଟ୍ରାଫିକ ପୋଲିସ ଜଣଙ୍କ । ଶିଶୁଟି ପାଇଁ ସେ ଯାହା କରିଛନ୍ତି ତାହା ନିଶ୍ଚିତ ରୂପେ ପ୍ରଶଂସା ଯୋଗ୍ୟ । କଣ କରିଛନ୍ତି ଟିକେ ଶୁଣି ରଖନ୍ତୁ ତ । ପିଲା ଦୁଇଟି ଙ୍କର ପାଦ ତାତି ଯାଉଥିବା ବେଳେ ସେମାନଙ୍କୁ ଆଣି ନିଜ ପାଦ ଉପରେ ଠିଆ କରାଇଛନ୍ତି । ଟ୍ରାଫିକ କନେଷ୍ଟେବଳ ରଂଜିତ ସିଂ ଏହାକୁ ନିଜ ଫେସବୁକ ପେଜରେ ସେୟାର କରିଛନ୍ତି । ଆଉ ଲେଖିଛନ୍ତିକି ଯେମିତି ହିଁ ସେହି ଶିଶୁଟି ନିଜ ପାଦ ମୋ ପାଦ ଉପରେ ରଖିଲା ମୋତେ ଲାଗିଲା ଯେମିତି ଭଗବାନ ମୋ ପାଦ ଉପରେ ପାଦ ରଖିଦେଲେ । ମୁଁ ତାଙ୍କୁ ଚପଲ କିଣିକି ବି ଦେଇଥିଲେ ହୁଏତ ଏମିତି ଲଗଇନଥାନ୍ତା । ଏହାକୁ ଲୋକେ ବି ଖୁବ ପସନ୍ଦ କରିଛନ୍ତି । ଲୋକେ ତାଙ୍କର ଏହି କାମଟିକୁ ଖୁବ ପସନ୍ଦ କରିଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.