ଉଡ଼ାଣ ଭରୁ ଭରୁ ମଝି ଆକାଶରେ ବନ୍ଦ ହୋଇଗଲା ବିମାନ ଇଞ୍ଜିନ୍‌, ଏୟାର ଇଣ୍ଡିଆର ଏମରଜେନ୍ସି ଲ୍ୟାଣ୍ଡିଂ କଲେ ପାଇଲଟ୍‌

ମୁମ୍ବାଇ: ଯାନ୍ତ୍ରିକ ତ୍ରୁଟି ଯୋଗୁ ଜରୁରୀକାଳୀନ ଅବତରଣ କଲା ଏୟାର ଇଣ୍ଡିଆର ବିମାନ। ଟାଟା ଗ୍ରୁପ୍‌ ଦ୍ୱାରା ପରିଚାଳିତ ଏୟାର ଇଣ୍ଡିଆର A320neo ବିମାନ ଉଡ଼ାଣ ଭରିବାର ମାତ୍ର ୨୭ ମିନିଟ୍‌ ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ମୁମ୍ବାଇ ଏୟାରପୋର୍ଟକୁ ଫେରି ଆସିଛି। ଏ ନେଇ ବିମାନ ବନ୍ଦର ଅଧିକାରୀ ସୂଚନା ଦେବା ଅବସରରେ କହିଛନ୍ତି, ବିମାନର ଇଞ୍ଜିନ୍‌ ହଠାତ୍‌ ମଝି ଆକାଶରେ ବନ୍ଦ ହୋଇଗଲା। ଏଣୁ ପାଇଲଟ୍‌ ଏହାକୁ ପୁଣିଥରେ ଏୟାରପୋର୍ଟରେ ଅବତରଣ କରିଥିଲେ।


ଏୟାର ଇଣ୍ଡିଆର ପ୍ରବକ୍ତା କହିଛନ୍ତି, ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରୁଥିବା ଏହି ପ୍ଲେନ୍‌ର ଯାତ୍ରୀଙ୍କୁ ଗୁରୁବାର ଦିନ ଆଉ ଏକ ଉଡ଼ାଜାହାଜରେ ପଠାଯାଇଛି। ବିମାନ ନିର୍ଦ୍ଦେଶାଳୟ ଏ ନେଇ ତଦନ୍ତ ଆରମ୍ଭ କରିଛି। ପ୍ରକାଶ ଯେ ଏୟାର ଇଣ୍ଡିଆର A320neo ବିମାନରେ CFM ର ଲିପ୍‌ ଇଞ୍ଜିନ୍‌ ଲାଗିଥାଏ।

A320neo ବିମାନ ସକାଳ ୯.୪୩ରେ ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଉଡ଼ାଣ ଭରିଥିଲା। କିନ୍ତୁ ଉଡ଼ାଣ ଭରିବାର ମାତ୍ର କିଛି ମିନିଟ୍‌ ପରେ ବିମାନର ପାଇଲଟ୍‌ଙ୍କୁ ପ୍ଲେନ୍‌ ଇଞ୍ଜିନ୍‌କୁ ନେଇ ହାଇ ଏଗ୍‌ଷ୍ଟେ ଟେମ୍ପରେଚର ବିଷୟରେ ଚେତାବନୀ ମିଳିଥିଲା। ରିପୋର୍ଟ ମୁତାବକ, ଇଞ୍ଜିନ୍‌ ବନ୍ଦ ହେବା ପରେ ପାଇଲଟ୍‌ ଦିନ ୧୦.୧୦ରେ ବିମାନକୁ ପୁଣିଥରେ ମୁମ୍ବାଇ ଏୟାରପୋର୍ଟରେ ଅବତରଣ କରାଇଥିଲେ।

Also Read: ଦୀର୍ଘ ବର୍ଷ ପରେ ପରଦାକୁ ଫେରୁଛନ୍ତି କମଲ ହାସନ୍‌, ରିଲିଜ୍‌ ହେଲା ‘ବିକ୍ରମ’ର ଦମ୍‌ଦାର ଟ୍ରେଲର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.