ଦୀର୍ଘ ବର୍ଷ ପରେ ପରଦାକୁ ଫେରୁଛନ୍ତି କମଲ ହାସନ୍‌, ରିଲିଜ୍‌ ହେଲା ‘ବିକ୍ରମ’ର ଦମ୍‌ଦାର ଟ୍ରେଲର

ଦୀର୍ଘ ବର୍ଷ ପରେ ପୁଣିଥରେ ବଡ଼ ପରଦାକୁ ଫେରୁଛନ୍ତି କମଲ ହାସନ। ୨୦୧୮ ମସିହାରେ ସେ ଶେଷ ଥର ପାଇଁ ଫିଲ୍ମ ‘ବିଶ୍ୱରୂପମ୍‌’ରେ ନଜର ଆସିଥିଲେ। ଏହି ଫିଲ୍ମ ତାମିଲ ବ୍ୟତୀତ ହିନ୍ଦୀ ଭାଷାରେ ମଧ୍ୟ ରିଲିଜ୍‌ ହୋଇଥିଲା। ଦୀର୍ଘ ଦିନ ହେଲାଣି ଫ୍ୟାନ୍‌ ତାଙ୍କ ଫିଲ୍ମ ବିକ୍ରମକୁ ଅପେକ୍ଷା କରିଥିଲେ। ଏବେ ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟାଇ ରିଲିଜ୍‌ ହୋଇଛି ବିକ୍ରମର ଧମାକାଦାର ଟ୍ରେଲର। ଏହା ଏକ ଆକ୍ସନ୍‌ ଥ୍ରୀଲର ଫିଲ୍ମ। ଏଥିରେ କମଲ ହାସନ୍‌ଙ୍କ ଦମ୍‌ଦାର ରୋଲ୍‌ ଦେଖିବାକୁ ମିଳିବ।


ବିକ୍ରମ୍‌ର ଟ୍ରେଲର ଜବରଦସ୍ତ ଡାଇଲଗ୍‌ ସହ ଆରମ୍ଭ ହେଉଛି। ଏଥିରେ ଅନେକ ସସ୍‌ପେନ୍ସ ସହ କମଲ ହାସନ୍‌ଙ୍କ ଆଙ୍ଗ୍ରୀ ୟଙ୍ଗ୍‌ ମ୍ୟାନ୍‌ ଲୁକ୍‌ ଦେଖିବାକୁ ମିଳିଛି। ହାତରେ ଅସ୍ତ୍ର ଧରି ସେ ଫିଲ୍ମରେ ଶତ୍ରୁଙ୍କ ମୁକାବିଲା କରୁଥିବା ଦେଖାଯାଇଛି। ସେ ସାହସର ସହ ଆକ୍ସନ୍‌ ଦେଖାଉଥିବାର ନଜର ଆସିଛନ୍ତି।

ଦେଖନ୍ତୁ ଟ୍ରେଲର:

Video Credit: Pen Movies

କମଲ ହାସନ୍‌ ଏବେ ୬୭ ବର୍ଷରେ ପାଦ ଦେଇଥିଲେ ବି ତାଙ୍କ ଆକ୍ସନ୍‌ ନୂଆ ନୂଆ ଅଭିନେତାଙ୍କ ଉପରେ ଭାରି ପଡ଼ୁଥିବା ଦେଖାଯାଇଛି। ୨ ମିନିଟ୍‌ ୩୮ ସେକେଣ୍ଡର ଏହି ଟ୍ରେଲରରେ କମଲ ହାସନ ଲାଇମ୍‌ଲାଇଟ୍‌ରେ ଅଛନ୍ତି। ବିକ୍ରମ୍‌ ଫିଲ୍ମରେ ଲୋକେଶ କନଗରାଜୀ ନିର୍ଦ୍ଦେଶନା ଦେଉଛନ୍ତି। ଏହି ଫିଲ୍ମ ତାମିଲ ବ୍ୟତୀତ ହିନ୍ଦୀ ଭାଷାରେ ବି ରିଲିଜ୍‌ ହେବ। ଜୁନ୍‌ ୩ ତାରିଖରେ ଏହା ପରଦାକୁ ଆସିବ। ଫିଲ୍ମରେ କମଲ ହାସନ୍‌ଙ୍କ ବ୍ୟତୀତ ସାଉଥ୍‌ ଅଭିନେତା ବିଜୟ ସେଥୁପଥୀ ମଧ୍ୟ ନଜର ଆସିବେ।

Also Read: ଟାଇଟାନିକ୍‌ ପୋଜ୍‌ ଦେବା ଚକ୍କରରେ ଇତିହାସର ହେଲା ପୁନରାବୃତ୍ତି: ସମୁଦ୍ରରେ ବୁଡ଼ିଗଲେ ପ୍ରେମୀ ଯୁଗଳ, ବଞ୍ଚିଗଲେ ପ୍ରେମିକା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.