Below header

ଗଜପତି ଜିଲ୍ଲା ବାରଘରରେ ପାହାଡ଼ ଧସି ୧୨ ମୃତ୍ୟୁ,୪ ନିଖୋଜ

ଗଜପତି(କେନ୍ଯୁଜ୍) : ପାହାଡ଼ ଧସି ୧୨ଜଣଙ୍କ ମୃତ୍ୟୁ । ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତର ବାରଘର ଗାଁରେ ଅଘଟଣ ଘଟିଛି । ବାରଘର ଉପର ସାହିରେ ପାହାଡ଼ରୁ ମାଟି ଧସିବାରୁ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ୪ ଜଣ ନିଖୋଜ ଅଛନ୍ତି । ମୃତକଙ୍କ ମଧ୍ୟରେ ୭ ଜଣ ବାରଘର ଗାଁର ହୋଇଥିବା ବେଳେ ଗୁରଗାଁର ୪ ଜଣ ଓ ଖମ୍ବଗାଁର ଜଣଙ୍କର ମୃତ୍ୟୁ ହୋଇଛି ।

dead1ମୃତକ ହେଉଛନ୍ତି ଦଣ୍ଡପାଣି ଭୂୟାଁ, ସୁମିତ୍ରା ଭୂୟାଁ, ସୋମନାଥ ଜାନୀ, ଶ୍ରୀମଣି ଜାନୀ, ଗଗନ ଜାନୀ, ମିନାଖି ଶବର, ଦିଲ୍ଲୀ ଶବର, ଗଙ୍ଗାଧର ବେହେରା, ଲାଲୁ ବେହେରା, ଦିନେଶ ଭୂୟାଁ, ଜୟଚନ୍ଦ୍ର ଭୂୟାଁ, ଚମ୍ପା ଭୂୟାଁ । ନିଖୋଜମାନେ ହେଲେ ଖତି ଭୂୟାଁ, ବାସନ୍ତି ଭୂୟାଁ, ବାସମତି ଭୂୟାଁ, ବିଶ୍ୱମ୍ବର ଶବର । ତିତ୍‌ଲି ଯୋଗୁ ଭୟଭିତ ହୋଇ ଏମାନେ ସସସ୍ତେ ପାହାଡ଼ ପାଖ ଏକ ସ୍କୁଲରେ ଆଶ୍ରୟ ନେଇଥିଲେ । ତେବେ ପାହାଡ଼ ଧସିଯିବାରୁ ଏମାନଙ୍କ ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.