ମହାନଦୀ ପଠାରେ ପକ୍ଷୀ ମଡକ: ୟେଲୋ ଫୁଟେଜ ଫିଜିୟନ ପ୍ରଜାତିର ୧୫ଟି ପକ୍ଷୀରୁ ୧୩ଟି ପକ୍ଷୀଙ୍କ ମୃତ୍ୟୁ

କଟକ(କେନ୍ୟୁଜ୍): ମହାନଦୀ ପଠାରେ ପକ୍ଷୀ ମଡକ । କଟକ ଜିଲ୍ଲା ବାଙ୍କୀ ବାଁଆରା ନିକଟ ନୂଆସାହି ମହାନଦୀ ପଠାରେ ଦେଖିବାକୁ ମିଳୁଛି ପକ୍ଷୀ ମଡକ । ୟେଲୋ ଫୁଟେଜ ଫିଜିୟନ ପ୍ରଜାତିର ପକ୍ଷୀଙ୍କୁ ନଦୀ ପଠାରେ ଦେଖିବାକୁ ମିଳିଥିଲା । ସମୁଦାୟ ୧୫ଟି ପକ୍ଷୀ ଆସିଥିବା ବେଳେ ସେଥିରୁ ୧୩ଟି ପକ୍ଷୀଙ୍କ ମୃତ୍ୟୁ ହୋଇଛି ।

ଶିକାର ପାଇଁ କେହି ଖାଦ୍ୟରେ ବିଷ ମିଶାଇଥିବା ସନ୍ଦେହ କରାଯାଉଛି । ସ୍ଥାନିୟ ଲୋକଙ୍କ ଠାରୁ ଖବର ପାଇ ଭଗିପୁର କର୍ମଚାରିଙ୍କ ଦ୍ୱାରା ପକ୍ଷୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବ୍ୟବଛେଦ ପାଇଁ ଭୁବନେଶ୍ୱର କୃଷି ବିଶ୍ୱବିଦ୍ୟାଳୟକୁ ପଠାଯାଇଥିବା ସୂଚନା ଦେଇଛନ୍ତି ଡ଼ମପଡା ରେଞ୍ଜର ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.