ମୋହନା : ବାଘୁଆ ମହୁମାଛି ଆକ୍ରମଣରେ ୧୪ ଜଣ ଆହତ

ବାଘୁଆ ମହୁମାଛି ଆକ୍ରମଣରେ ୧୪ ଜଣ ଆହତ। ମୋହନା ବ୍ଲକ୍ ଖାରିନେରା ଗାଁରେ ଏହି ଅଘଟଣ ଘଟିଛି। ରୋଷେଇ କଲାବେଳେ ଆକ୍ରମଣ କରିଥିଲା ମହୁମାଛି ।

ମୋହନା (କେନ୍ୟୁଜ): ଦଂଶିଦେଲା ମହୁମାଛି । ବାଘୁଆ ମହୁମାଛି ଆକ୍ରମଣରେ ୧୪ ଜଣ ଆହତ। ମୋହନା ବ୍ଲକ୍ ଖାରିନେରା ଗାଁରେ ଏହି ଅଘଟଣ ଘଟିଛି। ରୋଷେଇ କଲାବେଳେ ଆକ୍ରମଣ କରିଥିଲା ମହୁମାଛି ।

ସୂଚନା ପ୍ରକାରେ ଆଜି ସକାଳ ସମୟରେ ଗ୍ରାମର କିଛି ଲୋକ ନିକଟସ୍ଥ ଜଙ୍ଗଲ ମଧ୍ୟକୁ ଯାଇଥିଲେ। ସେଠାରେ ରୋଷେଇ କରିବା ପାଇଁ ଏକ ଗଛ ମୂଳରେ ନିଆଁ ଲଗାଇବା ବେଳେ ଗଛରେ ବସା ବାନ୍ଧିଥିବା ଜଙ୍ଗଲୀ ବାଘୁଆ ମହୁମାଛି ସମସ୍ତଙ୍କୁ ଆକ୍ରମଣ କରିଥିଲା ।  ସମସ୍ତ ଆହତଙ୍କୁ ଉଦ୍ଧାର କରି ମୋହନା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।  ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଆହତଙ୍କ ସ୍ୱାସ୍ଥ୍ୟଅବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.