ଜାମିନ ପରେ ମଧ୍ୟ ଘରକୁ ଯାଇପାରିନାହାଁନ୍ତି ଏଲଭିଶ ଯାଦବ ! ଜାଣନ୍ତୁ ପୂରା ମାମଲା

ରେଭ ପାର୍ଟିରେ ସାପ ବିଷ ଯୋଗାଉଥିବା ମାମଲାରେ ଏଲଭିଶ ଯାଦବଙ୍କୁ ମାର୍ଚ୍ଚ ୧୭ରେ ନୋଏଡା ପୋଲିସ ଗିରଫ କରିଥିଲା । ବର୍ତ୍ତମାନ ଏଲଭିଶ ଯାଦବଙ୍କୁ ଜାମିନ ମିଳିଛି । ତେବେ ଶୁକ୍ରବାର ଦିନ ତାଙ୍କ ଜାମିନର ଶୁଣାଣି ହୋଇଛି । ଏହି ଖବର ଆସିବା ପରେ ଏଲଭିଶଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ପ୍ରସିଦ୍ଧ ୟୁଟ୍ୟୁବର୍‌ ତଥା ବିଗ୍‌ ବସ୍‌ ଓଟିଟି ୨ ବିଜେତା ଏଲଭିଶ ଯାଦବଙ୍କ ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରେଭ ପାର୍ଟିରେ ସାପ ବିଷ ଯୋଗାଇଥିବା ମାମଲାରେ ତାଙ୍କୁ ମାର୍ଚ୍ଚ ୧୭ରେ ଗିରଫ କରାଯାଇଥିଲା । ବର୍ତ୍ତମାନ ଏଲଭିଶ ଯାଦବଙ୍କୁ ଜାମିନ ମିଳିଛି । ତେବେ ଶୁକ୍ରବାର ଦିନ ତାଙ୍କ ଜାମିନର ଶୁଣାଣି ହୋଇଛି । ପୂର୍ବରୁ ଏପରି ଶୁଣିବାକୁ ମିଳିଥିଲା ଯେ ପ୍ରଥମେ ଏଲଭିସଙ୍କୁ ଜାମିନ୍‌ ମିଳିପାରିନଥିଲା । କିନ୍ତୁ ଏବେ ଗିରଫ ହେବାର ୫ ଦିନ ପରେ ଏଲଭିଶ ଯାଦବ ବକ୍ସାର ଜେଲରୁ ବାହାରିଛନ୍ତି । ଏହି ଖବର ଆସିବା ପରେ ଏଲଭିଶଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ନୋଏଡା ପୋଲିସ NDPS ଆକ୍ଟ ଏବଂ ବନ୍ୟଜନ୍ତୁ ସୁରକ୍ଷା ଅଧୀନରେ ଏଲଭିସ୍ ଯାଦବଙ୍କୁ ଜେଲକୁ ପଠାଇଥିଲା । ଏନେଇ ଏଲଭିସ ଯାଦବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି ।

ନିକଟରେ ଏଲଭିଶ ଯାଦବଙ୍କ ବାପା ଓ ମା’ ଅନେକ ମିଡିଆ ଚ୍ୟାନେଲକୁ ଇଣ୍ଟର ଭ୍ୟୁ ଦେଇଥିଲେ । ସେହି ସମୟରେ ସେ କହିଥିଲେ ଯେ ଏଲଭିଶଙ୍କ ନାମ ଥିବାରୁ ଏନଜିଓ ଲୋକମାନେ ଜାଣିଶୁଣି ତାଙ୍କୁ ଫସାଉଛନ୍ତି । ସେମାନେ ଏପରି ମଧ୍ୟ କହିଛନ୍ତି ଯେ ଆମ ପୁଅ ନିର୍ଦ୍ଦୋଷ, ସେ ଏପରି କିଛି କରିନାହିଁ । ଏଥି ସହିତ ଅଭିଯୋଗକୁ ସ୍ୱୀକାର କରିବା ବିଷୟରେ ଏଲଭିଶଙ୍କ ବାପା କହିଥିଲେ ଯେ ଏହିପରି କିଛି ହୋଇନାହିଁ, ମୁଁ ସେତେବେଳେ ଏଲଭିଶ ସହିତ ଥିଲି । ଯେତେବେଳେ ନୋଏଡା ପୋଲିସ ଏଲଭିଶକୁ ନେଇଥିଲା । ଏହି ପରି ଏଲଭିଶଙ୍କ ବାପା ଅନ୍ୟାନ୍ୟ ଅନେକ ପ୍ରତିକ୍ରିୟା ଦେଇଛନ୍ତି । ଯେଉଁଥିରେ କୁହାଯାଇଥିଲା ଯେ ଏଲଭିଶଙ୍କର କୌଣସି ଭୁଲ୍‌ ନାହିଁ । ସେ ସାପକୁ ଭଡାରେ ନେଇ ଭିଡିଓ କରିଥିଲେ । ଏଲଭିଶଙ୍କ ବାପା ଓ ମା ଏପରି ଅନେକ ପ୍ରକାରର ପ୍ରତିକ୍ରିୟ ଦେଇଛନ୍ତି ।

ସାପ ବିଷ ଯୋଗାଉଥିବା ମାମଲାରେ ଏଲଭିଶ ଯାଦବଙ୍କୁ କୋର୍ଟରୁ ଜାମିନ ମିଳିଥିଲେ ମଧ୍ୟ ତାଙ୍କ ସମସ୍ୟା ଏପର୍ଯ୍ୟନ୍ତ କମ୍‌ ହୋଇନାହିଁ । ୟୁଟ୍ୟୁବର୍ ଏଲଭିଶ ଯାଦବ ଆସନ୍ତା ସପ୍ତାହରେ ସାଗର ଠାକୁର ତଥା ମ୍ୟାକ୍ସଟର୍ନଙ୍କ ସହ ହୋଇଥିବା ଝଗଡା ମାମଲାରେ ଗୁରୁଗ୍ରାମ କୋର୍ଟରେ ହାଜର ହେବାକୁ କୁହାଯାଇଛି । ଗୁରୁଗ୍ରାମ ସେକ୍ଟର – ୫୩ ପୋଲିସ ଷ୍ଟେସନରେ ଥିବା ରାଜେନ୍ଦ୍ର କୁମାର କହିଛନ୍ତି ଯେ ଏହି ମାମଲାରେ ଏଲଭିଶଙ୍କ ପାଇଁ ଆରେଷ୍ଟ ୱାରେଣ୍ଟ ଦାବି କରି ପୋଲିସ ବୁଧବାର କୋର୍ଟରେ ଆବେଦନ କରିଛି ।

ନିକଟରେ ସେଲିବ୍ରିଟି କ୍ରିକେଟ୍ ଲିଗରେ କ୍ରିକେଟ୍ ଖେଳୁଥିବା ନଜର ଆସିଥିଲେ ଏଲଭିଶ ଯାଦବ ଏବଂ ମୁନାୱାର ଫାରୁକି । ଏହା ପୂର୍ବରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା କିନ୍ତୁ ଏହି କ୍ରିକେଟ୍ ମ୍ୟାଚ୍ ପରେ ସେମାନଙ୍କ ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା । ତେବେ ସାଗର ଠାକୁର ଏହି ଫଟୋରେ ନିଜର କମେଣ୍ଟ ଦେଇଥିଲେ । ଏହାକୁ ନେଇ ସୋସିଆଲ ମିଡିଆରେ ଏଲଭିଶ ଏବଂ ସାଗରଙ୍କ ମଧ୍ୟରେ ବହୁତ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । କିନ୍ତୁ ଏହି ଝଗଡା ବଢିବାକୁ ଲାଗିଲା ଏବଂ ଏଥିପାଇଁ ପରେ ଦୁଇ ଜଣ ଏକାଠି ସମାଧାନ ପାଇଁ ଯୋଜନା କରିଥିଲେ । ତେବେ ଦୁଇ ଜଣ ଗୁରୁଗ୍ରାମର ଏକ ମଲରେ ଦେଖା କରିଥିଲେ । ସାଗର ସେଠାରେ ଏକା ଆସିଥିବାବେଳେ ଏଲଭିଶ ତାଙ୍କ ଗ୍ୟାଙ୍ଗ ସହିତ ମଲରେ ପହଞ୍ଚି ସାଗରଙ୍କୁ ପିଟିଥିଲେ । ଏହି ଘଟଣାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି, ଏହା ପରେ ଏଲଭିଶ ଏପରି ଏକ ବିବାଦରେ ପଡିଛନ୍ତି ।

ବର୍ତ୍ତମାନ ଏପରି ମଧ୍ୟ ସୂଚନା ରହିଛି ଯେ ଏହି ଦୁଇ ଜଣଙ୍କ ମଧ୍ୟରେ ହୋଇଥିବା ଝଗଡାର ସମାଧାନ ହୋଇଯାଇଛି । କିନ୍ତୁ ଏନେଇ ଏପର୍ଯ୍ୟନ୍ତ କୌଣସି ପ୍ରକାରର ଖବର ସାମ୍ନାକୁ ଆସିନାହିଁ । ଏବେ ଦେଖିବାରେ ଅଛି ଏହି କେସ୍‌ ଆଗକୁ ଯାଇ କିପରି ମୋଡ ନେଉଛି ।

ତେବେ ସାପ ବିଷ ଚୋରା ଚାଲାଣ ମାମଲାରେ ଗତ ୫ ଦିନ ଧରି ଗୌତମ ବୁଦ୍ଧ ନାଗରର ବକ୍ସାର ଜେଲରେ ଏଲଭିଶ ଯାଦବଙ୍କୁ ରକ୍ଷାଯାଇଥିଲା । ମାର୍ଚ୍ଚ ୧୭ରେ ଏଲଭିଶଙ୍କୁ ଏବଂ ଅନ୍ୟ ପାଞ୍ଚ ଜଣଙ୍କୁ ପୋଲିସ ଗିରଫ କରିଥିଲା । ଏହା ବ୍ୟତୀତ ପୋଲିସ ୯ ଟି ସାପ ଏବଂ ସେମାନଙ୍କ ବିଷ ମଧ୍ୟ ଉଦ୍ଧାର କରିଥିଲା । ରେଭ ପାର୍ଟି ପାଇଁ ସାପ ବିଷର ବ୍ୟବସ୍ଥା କରିଥିବା ଏବଂ ତାଙ୍କ ଭିଡିଓ ସୁଟ୍ ପାଇଁ ସାପ ବ୍ୟବହାର କରିଥିବା ଅଭିଯୋଗ କରାଯାଇଥିଲା । ଗତ ଶୁକ୍ରବାର ଦିନ NDPSର ନିମ୍ନ ଅଦାଲତରେ ଏଲଭିସଙ୍କୁ ଜାମିନ ପ୍ରଦାନ କରାଯାଇଛି । ୫୦-୫୦ ହଜାର ଟଙ୍କା ଜାମିନ ବଣ୍ଡରେ ତାଙ୍କୁ କୋର୍ଟରୁ ଜାମିନ ମିଳିଛି ।

ସୂଚନାଯୋଗ୍ୟ, ଯେ ନୋଏଡା ପୋଲିସ ଏଲଭିଶ ଯାଦବଙ୍କ ଉପରେ ୨୯ NDPS ଆକ୍ଟ ଲାଗୁ କରିଛି । ତେବେ ଡ୍ରଗ୍‌ସ ସମ୍ବନ୍ଧୀୟ ଷଡଯନ୍ତ୍ରରେ ଜଡିତ ଥିବା ବେଳେ ଡ୍ରଗ୍ କିଣିବା ଏବଂ ବିକିବା ମାମଲାରେ ଏହି ଆକ୍ଟଲାଗୁ କରାଯାଇଥାଏ । ଗିରଫ ପରେ ଏଲଭିଶଙ୍କୁ ସୁରଜପୁର କୋର୍ଟରେ ହାଜର କରାଯାଇଥିଲା । ଯେଉଁଠାରେ ତାଙ୍କୁ ୧୪ ଦିନ ପାଇଁ ଜୁଡିସିଆଲ୍‌ କଷ୍ଟଡିକୁ ପଠାଯାଇଥିଲା । ଆପଣମାନେ ଜାଣିଥିବେ ଯେ ଗତ ବର୍ଷ ସାପ ବିଷ ମାମଲାରେ ନୋଏଡା ପୋଲିସ ସେକ୍ଟର ୪୯ରେ ଏଲଭିଶ ଯାଦବଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ କରିଥିଲା । ଏହା ପରେ ଏଲଭିଶ ଯାଦବଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲା । ପୋଲିସ୍‌ ଏଲଭିଶଙ୍କୁ ବହୁତ ସମୟ ପର୍ଯ୍ୟନ୍ତ ପଚରାଉଚରା କରିବା ପରେ, ତାଙ୍କୁ ଗିରଫ କରିଛି । ଏହା ସହ ଏଲଭିଶ ପାର୍ଟିରେ ସାପ ବିଷ ଯୋଗାଉଥିଲେ ବୋଲି ସ୍ୱୀକାର ମଧ୍ୟ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.