ଆଜିଠୁ ତିନି ଦିନ ଯାଏ ମା’ ଶାରଳାଙ୍କ ପୀଠରେ ୧୪୪ ଧାରା ଲାଗୁ, ସନ୍ଧ୍ୟାରେ ମା’ଙ୍କ ସୁନାବେଶ

ଜଗତସିଂହପୁର(କେନ୍ଯୁଜ୍): ମା’ ଶାରଳାଙ୍କ ପୀଠରେ ୧୪୪ ଧାରା । ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ମହାଷ୍ଟମୀ ପୂଜା । ତେଣୁ ଆଜିଠୁ ୧୪ ତାରିଖ ଯାଏ ମାଆଙ୍କ ପୀଠରେ ୧୪୪ ଧାରା ଲାଗୁ ହୋଇଛି । ଶ୍ରଦ୍ଧାଳୁଙ୍କୁ ପୀଠକୁ ଆସିବାକୁ ବାରଣ କରିଛି ପ୍ରଶାସନ।

କରୋନା ସଂକ୍ରମଣ ପାଇଁ କେବଳ ସୀମିତ ସଂଖ୍ୟକ ପୂଜକ ଓ ସେବକଙ୍କୁ ନେଇ ଚାଲିଛି ପୂଜାର୍ଚ୍ଚନା । ଏବେ ମା’ ମହିଷାମର୍ଦ୍ଦିନୀ ବେଶରେ ଦର୍ଶନ ଦେଉଛନ୍ତି । ସନ୍ଧ୍ୟାରେ ସୁନାବେଶ ଅନୁଷ୍ଠିତ ହେବ । ସ୍ୱତନ୍ତ୍ର ଏସଓପି ମାନି ପାର୍ବଣ ପୂଜା ସମାପନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ଯପଟେ ଆଜି ମାଆ କଟକ ଚଣ୍ଡି ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ରାତି ୯ଟା ୩୦ ପରେ କାଳୀ ବେଶରେ ଦର୍ଶନ ଦେବେ। ଗତକାଲି ବଗଳାମୁଖୀ ବେଶରେ ଦର୍ଶନ ଦେଇଥିଲେ ମାଆ। ତେବେ ପାର୍ବଣରେ ଭିଡ଼ ରୋକିବା ପାଇଁ ଟ୍ବିନ୍  ସିଟିରେ କଡ଼ା ସୁରକ୍ଷା । ପୂଜାକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବା ପାଇଁ ଗତକାଲିଠୁ କଟକ, ଭୁବନେଶ୍ୱରରେ ରାତି ଆଠଟାରୁ ଲାଗୁ ହେଇଛି ନାଇଟ କର୍ଫ୍ୟୁ । ରାତି ୮ଟାରୁ ସକାଳ ୫ଟା ଯାଏ ଜାରି ରହିବ ନାଇଟ କର୍ଫ୍ୟୁ। କଟକରେ ମୁତୟନ ହେଇଛନ୍ତି ୩୨ ପ୍ଲାଟୁନ ଫୋର୍ସ ।

୨୦ ଚେକ୍‌ ପୋଷ୍ଟ ସହ ଶହେ ପୋଲିସ ଅଧିକାରୀ ଓ ୧୫୦ରୁ ଅଧିକ ହୋମଗାର୍ଡଙ୍କୁ ନିୟୋଜିତ କରାଯାଇଛି। ମଦୁଆଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ସ୍କାର୍ଡ ପ୍ରସ୍ତୁତ କରାଯାଇଛି। ପୂଜାରେ ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ପ୍ରତି କଠୋର ପଦକ୍ଷେପ ନିଆଯିବ ବୋଲି ପୋଲିସ କମିଶନର ଚେତାବନୀ ଦେଇଛନ୍ତି। ପୂଜା ଆରମ୍ଭ ପୂର୍ବରୁ ୪୧ଜଣ ଗିରଫ ହୋଇଥିଲେ। ଆଉ ୨୦୩ ଜଣଙ୍କୁ ଧରିବା ପାଇଁ ତାଲିକା ପ୍ରସ୍ତୁତ ହୋଇଛି।ନାଇଟ୍‌ କର୍ଫ୍ୟୁକୁ କ଼ଡାକଡି ପାଳନ କରିବା ପାଇଁ ରାତିରେ ସ୍ପେଶାଲ୍‌ ସ୍କ୍ଵାର୍ଡ ନିୟୋଜିତ କରାଯିବା ସହ ସାଦା ପୋଷାକ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି। କୋଭିଡ କଟକଣାରେ ଚଳିତବର୍ଷ ଦୁର୍ଗାପୂଜା ପାଳନ କରାଯାଉଛି।

ତେବେ ଗତ ଥର ପରି ଏଥରର ବି କରୋନା କଟକଣା ଯୋଗୁଁ ଲୋକଙ୍କ ମଧ୍ୟରେ ସେଭଳି ଉତ୍ସାହ ଦେଖିବାକୁ ମିଳିନି। ଏହାବାଦ ପୂଜା ସମୟରେ ସଂକ୍ରମଣ ଉପର ମୁହାଁ ହେବା ଆଶଙ୍କା କରି ଦୈତ୍ୟ ନଗରୀ କଟକ ଓ ଭୁବନେଶ୍ୱରରେ ଗତକାଲିଠୁ କଡ଼ାକଡ଼ି ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.