Below header

ଗଜପତିରେ ଅପରେସନ୍ ଗ୍ରୀନ୍ କ୍ଲିନ୍,୧୫ କୋଟିର ଗଞ୍ଜେଇ ଚାଷ ହେଲା ନଷ୍ଟ

ମୋହନା(କେନ୍ୟୁଜ୍):  ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ ବାଘମାରି ପଞ୍ଚାୟତର ନାରଙ୍ଗୀ ଗ୍ରାମ ନିକଟ ଜଙ୍ଗଲ ଜମିରେ ଚାଷ ହୋଇଥିବା ବେଆଇନ୍ ଗଞ୍ଜେଇ ଗଛ ଚାଷକୁ ନଷ୍ଟ କରିଛି ପୋଲିସ ଏବଂ ଅବକାରୀ ବିଭାଗ । ଉକ୍ତ ଅଞ୍ଚଳର ୧୧୨ ଏକର ଜଙ୍ଗଲ ଜମିରେ ପ୍ରାୟ ୨ଲକ୍ଷ ୨୪ ହଜାର ଗଞ୍ଜେଇ ଗଛ ଚାଷ ହୋଇଥିଲା । ଉକ୍ତ ଗଛ ଗୁଡିକୁ କାଟି ପୋଡି ନଷ୍ଟ କରାଯାଇଛି ।

ନଷ୍ଟ କରାଯାଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୫ କୋଟି ଟଙ୍କା ହେବ । ଏହି ଅଭିଯାନରେ ପୋଲିସ, ଅବକାରୀ, ଜଙ୍ଗଲ ଏବଂ ରାଜସ୍ବ ବିଭାଗର କର୍ମଚାରୀ ମାନେ ସାମିଲ ହୋଇଥିଲେ । ଗଜପତି ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀଙ୍କ ନିର୍ଦ୍ଦେଶକ୍ରମେ ଏହି ଅପରେସନ ଜାରି ରହିଥିବା ବେଳେ ଆଗକୁ ମଧ୍ୟ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଏହି ଅଭିଯାନକୁ ଜୋରଦାର କରାଯିବ ବୋଲି ଜିଲ୍ଲା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.