Below header

ରାୟଗଡା ଜେଲରେ ପଶିଲା କରୋନା,୫ ଜଣ କର୍ମଚାରୀଙ୍କ ସମେତ ୧୫୨ ଜଣ ବିଚାରାଧିନ କଏଦୀଙ୍କୁ କରୋନା

ରାୟଗଡା(କେନ୍ୟୁଜ୍):   ରାୟଗଡା ଜିଲ୍ଲାରେ ଆଜି ସର୍ବାଧିକ ୪୯୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ରାୟଗଡା ଉପ କାରାଗାରରେ ୫ ଜଣ କର୍ମଚାରୀ ଓ ୧୫୨ ଜଣ ବିଚାରାଧିନ କଏଦୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଜେଲ ପରିସରରକୁ ସରକାରଙ୍କ ନିୟମ ଅନୁଯାୟୀ କୋଭିଡ କେୟାର ହୋମ ଘୋଷଣା କରାଯାଇଛି ।

ଲକ୍ଷଣ ବିହୀନ କଏଦୀଙ୍କୁ ଅଲଗା ରହିବା ବ୍ୟବସ୍ଥା କରାଯାଇଛି । ଏଥିସହ ଗୁଣୁପୁର ଉପକାରାଗାରରେ ମଧ୍ୟ ୬୧ ଜଣ ବିଚାରଧୀନ କଏଦୀ କରୋନା ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ଉଭୟ ଗୁଣୁପୁର ଓ ରାୟଗଡାରେ ଚିକିତ୍ସା ପାଇଁ ଡାକ୍ତର ସୁବିଧା ଯୋଗାଇ ଦିଆଯାଇଛି । ଆଜି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ,ଏସପି ସାର୍ବଣ ବିବେକ ଏମ, ରାୟଗଡା ଜିଲ୍ଲା ଜର୍ଜ ଚିତ ରଞ୍ଜନ ଦାଶ ଜେଲ ପରିସରକୁ ଯାଇ ପରିସ୍ଥିତିର ଅନୁଧ୍ୟାନ କରିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.