Below header

ମୃତ ମା’ର ଆତ୍ମା ଶାନ୍ତି ପାଇଁ ବ୍ରାହ୍ମଣ ଭୋଜନ ନୁହେଁ ଦୁଇ ପୁଅ କଲେ ଏମିତି କାମ, ଯାହା ସମସ୍ତଙ୍କ ପାଇଁ ପାଲଟିଲା ଉଦାହରଣ

ହିନ୍ଦୁ ଧର୍ମରେ ପ୍ରତ୍ୟେକ କାମକୁ ବିଭିନ୍ନ ପ୍ରକାର ପରମ୍ପରା ସହ ପାଳନ କରାଯାଏ। ବ୍ୟକ୍ତିର ଜନ୍ମ ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଅନେକ ପରମ୍ପରା ଏବଂ ନୀତିନିୟମକୁ ମାନିବାକୁ ପଡିଥାଏ। ଏପରି ନ କଲେ ସମାଜରେ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳିଥାଏ। ସେହିପରି ଯଦି କାହାର ମୃତ୍ୟୁ ହୋଇଯାଏ, ତେବେ ଏମାନଙ୍କ ମଧ୍ୟରେ ଅନେକ ପରମ୍ପରା ମଧ୍ୟ ପ୍ରଚଳିତ ହୋଇଥାଏ। କୁହାଯାଏ କି, କୌଣସି ବ୍ୟକ୍ତିଙ୍କ ମୃତ୍ୟୁର ୧୧ ଦିନ କିମ୍ବା ୧୩ ଦିନରେ ବ୍ୟକ୍ତିଙ୍କ ଆତ୍ମାର ଶାନ୍ତି ପାଇଁ ଭୋଜନର ଆୟୋଜନ କରାଯାଏ। ଯେଉଁଥିରେ ସମସ୍ତ ସଂପର୍କୀୟ, ବନ୍ଧୁବାନ୍ଧବଙ୍କ ସହିତ ପଣ୍ଡିତଙ୍କୁ ଡାକି ବିଧିପୂର୍ବକ ପୂଜା କରିବା ସହ ଭୋଜନ କରାଯାଏ। କିନ୍ତୁ ଆମେ ଆଜି ଏପରି ଦୁଇ ପୁଅଙ୍କ ବିଷୟରେ କହିବୁ, ଯିଏ ନିଜ ମା’ଙ୍କ ଦେହାନ୍ତ ପରେ ତାଙ୍କ ନାମରେ ଭୋଜନ ଆୟୋଜନ କରିବା ପରିବର୍ତ୍ତେ ତାଙ୍କ ନାମରେ ୨୧ଟି ଗଛ ଲଗାଇ ସମସ୍ତଙ୍କ ପାଇଁ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି।

plant

ଏପରି ଏକ ଘଟଣା ଦରଭଙ୍ଗାର ଗାନ୍ଧୀନଗର କଟରହିୟା ଅଞ୍ଚଳରେ ଦେଖିବାକୁ ମିଳିଛି। ଦରଭଙ୍ଗାରେ ରହୁଥିବା ଶମ୍ଭୁ ମେହେରାଙ୍କ ଝିଅ ରୂବିଙ୍କ ଦେହାନ୍ତ ୧୪ ଅଗଷ୍ଟରେ ହୋଇଥିଲା। ସେ ନିଜ ପରିବାର ସହିତ ଘରେ ରହୁଥିବା ରୁବିଙ୍କର ଦୁଇ ପୁଅ ରହିଛନ୍ତି। ରୁବିଙ୍କ ଦେହାନ୍ତ ପରେ ପରିବାର ଲୋକ ଶୁଦ୍ଧିକ୍ରିୟା ପରମ୍ପରା ଅନୁଯାୟୀ ଏକ ଭୋଜନର ଆୟୋଜନ କରିବା ପାଇଁ କହିଥିଲେ। କିନ୍ତୁ ତାଙ୍କର ଦୁଇ ପୁଅ କାହାକୁ ଖାଇବାକୁ ଦେବା ପରିବର୍ତ୍ତେ ଗଛ ଲଗାଇବା ମନ ସ୍ଥିର କରିଥିଲେ। ତେଣୁ ମୃତ ମହିଳାଙ୍କ ଦୁଇ ପୁଅ ଅଂଶୁ ଏବଂ ଅମିତ ନିଜ ମା’ର ଆତ୍ମା ଶାନ୍ତି ପାଇଁ ପ୍ରାର୍ଥନା କରି ୨୧ଟି ଗଛ ଲଗାଇଥିଲେ।

brahmamn

ଗଛ ଲଗାଇ ତାଙ୍କ ପରିବାର ପୁରା ହୋଇଗଲା ବୋଲି ସେମାନେ ଅନୁଭବ କରିଥିଲେ। ପରିବାରରୁ କାହାକୁ ହରାଇବା ଯେ କେତେ କଷ୍ଟ ତାହା ହୁଏତ ସମସ୍ତେ ଜାଣିଛନ୍ତି। ତେଣୁ ମୃତ ମହିଳାଙ୍କ ୧୩ରେ ଭୋଜିର ଆୟୋଜନ କରିବା ପରିବେର୍ତ୍ତ ପରିବେଶର ଭଲ ପାଇଁ ବୃକ୍ଷରୋପଣ କରିବାକୁ ଭାବିଥିଲେ। ମୃତ୍ୟୁ ପରେ କେବଳ ଭୋଜନ ନୁହେଁ ଅନ୍ୟ କିଛି ସମାଜ କଲ୍ୟାଣ ସହିତ ଜଡିତ କାମ କରିବା ଉଚିତ। ଏମିତି କଲେ ମୃତକ ଆତ୍ମାକୁ ଶାନ୍ତି ମିଳିବା ସହିତ ସମାଜକୁ ମଧ୍ୟ ଏକ ଭଲ ବାର୍ତ୍ତା ମଧ୍ୟ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.