Below header

ଏମିତି କମ୍ପାନୀ ଭାଗ୍ୟରେ ଥିଲେ ମିଳେ, ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଘରେ ପହଞ୍ଚାଇଲେ କର୍ମଚାରୀଙ୍କ ମୃତ ଶରୀର

କରୋନା କାରଣରୁ ବିଶ୍ୱବ୍ୟାପୀ ଏକ ପ୍ରକାର ମାନ୍ଦାବସ୍ଥା ଲାଗି ରହିଛି । ଆର୍ଥିକ ଦୁଃସ୍ଥିତି କାରଣରୁ ଅନେକ ଅଧିକାଂଶ କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରିଦେବାକୁ ବାଧ୍ୟ ହେଉଛନ୍ତି । କିନ୍ତୁ ଏମିତି ଏକ ଜଟିଳ ପରିସ୍ଥିତିରେ ଭାରତ ସ୍ଥିତ ଏକ କମ୍ପାନୀ ମାନବିକତାର ଏକ ବଳିଷ୍ଠ ଉଦାହରଣ ସୃଷ୍ଟି କରିଛି । କମ୍ପାନୀରେ କାର୍ଯ୍ୟରତ ମେନେଜିଙ୍ଗ ଡ଼ାଇରେକ୍ଟରଙ୍କ ମୃତ୍ୟୁ ପରେ ତାଙ୍କ ମରଶରୀରକୁ ଏକ ୧୮୦ ସିଟର ପ୍ଲେନ ଯୋଗେ ପରିବାର ଲୋକଙ୍କ ନିକଟରେ ପହଂଚାଇଛି କଲିକତାସ୍ଥିତ ଏହି କମ୍ପାନୀ । ଏଥି ପାଇଁ କମ୍ପାନୀ ତରଫରୁ ଏକ ୧୮୦ ସିଟର ପ୍ଲେନ ବୁକ କରାଯାଇଥିଲା । ଏହି କାମ ପାଇଁ ଲକ୍ଷେ କି ଦୁଇ ଲକ୍ଷ ନୁହେଁ ୫୦ରୁ ୬୦ ଲକ୍ଷ ଟଙ୍କା ବ୍ୟୟ କରିବାକୁ ପଛେଇ ନାହିଁ କମ୍ପାନୀ । କିଛିଦିନ ତଳେ Vesuvius ନାମକ ଏହି କମ୍ପାନୀରେ ମେନେଜିଙ୍ଗ ଡ଼ାଇରେକ୍ଟର ଭାବେ କାର୍ଯ୍ୟରତ ରିତେଶ ଡୁଙ୍ଗରଵାଲାଙ୍କ ମୃତ୍ୟୁ ହୋଇଥିଲା ।

5 ways to find last-minute flight deals online and on the phone

ମୃତ ଶରୀର ଫେରି ପାଇବାକୁ ଯେମିତି ପରିବାର ଲୋକ କୌଣସି ହଇରାଣର ସମ୍ମୁଖୀନ ନ ହୁଅନ୍ତି ସେନେଇ କମ୍ପାନୀ କତ୍ତୃପକ୍ଷ ଏପରି ଏକ ଭିନ୍ନ ପଦକ୍ଷେପ ନେବାକୁ ନିଷ୍ପତି ନେଇଥିଲେ । ଏଥିପାଇଁ ୫୦ ଲକ୍ଷ ଟଙ୍କା ବ୍ୟୟ କରି ୧୮୦ ସିଟର ଏକ ପ୍ଲେନ ବୁକ କରି ମୃତ ଶବକୁ କଲିକତାରୁ ଇନ୍ଦୋରକୁ ପଠା ଯାଇଥିଲା । ଖାଲି ସେତିକି ନୁହେଁ କମ୍ପାନୀର ଅନ୍ୟ ଦୁଇ ବରିଷ୍ଠ ଅଧିକ୍ଷକ ମଧ୍ୟ ମୃତ ଶରୀର ସହିତ ଇନ୍ଦୋର ଅଭିମୁଖେ ଯାଇଥିଲେ । ଏମିତିକି ଦିବଂଗତ ଡୁଙ୍ଗରର୍ବାଳାଙ୍କ ରୀତି ନୀତିରେ ଶବ ସତ୍କାର କରିବା ପରେ ତିନି ଦିନ ଯାଏଁ ପରିବାର ସଦସ୍ୟଙ୍କ ସହ ସମୟ ବି କାଟିଥିଲେ । ଏମିତି ବି ଏକ ସୂଚନା ମିଳିଛିଯେ, କଲିକତାରୁ ଇନ୍ଦୋର ଅଭିମୁଖେ କୌଣସି ପ୍ଲେନ ନମିଳିବାରୁ କମ୍ପାନୀ ପକ୍ଷରୁ ଦିଲ୍ଲୀରୁ ଫ୍ଲାଇଟ ବୁକ କରା ଯାଇଥିଲା ।

ସୂଚନା ଅନୁଯାୟୀ ରିତେଶ ଗତ ଦୁଇ ବର୍ଷ ହେବ ଏହି କମ୍ପାନୀରେ କାର୍ଯ୍ୟରତ ଥିଲେ । ଅଗଷ୍ଟ ୧୯ ତାରିଖରେ ହୃଦଘାତରେ ରେ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ବିଭିନ୍ନ କଟକଣା କାରଣରୁ ତାଙ୍କ ମୃତ ଶରୀର ପରିବାର ନିକଟରେ ପହଂଚିବାରେ ବାଧା ଉପୁଜିଥିଲା । ଗୋଟେ ପଟେ ଅନେକ କମ୍ପାନୀ ନିଜ ନିଜ କର୍ମଚାରୀଙ୍କୁ ଛଟେଇ କରୁଥିବା ବେଳେ ଏହି କମ୍ପାନୀର ଏମିତି ଏକ ଭିନ୍ନ ପଦକ୍ଷେପ ନିଶ୍ଚିତ ରୂପେ ବିରଳ ଓ ପ୍ରଶଂସା ଯୋଗ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.