ମହାନଦୀରେ ଆସୁଛି ବଡ଼ ବନ୍ୟା, ହୀରାକୁଦ ଡ୍ୟାମର ୩୬ ଗେଟ୍‌ ଖୋଲିବା ପରେ ବଢୁଛି ଆଶଙ୍କା

ସମ୍ବଲପୁର: ମହାନଦୀରେ ଆସୁଛି ବଡ଼ ବନ୍ୟା । ହୀରାକୁଦ ଡ୍ୟାମର ୩୬ ଗେଟ୍‌ ଖୋଲିବା ପରେ ଫୁଲୁଛି ମହାନଦୀ । ଡ୍ୟାମ୍‌ର ବାମରୁ ୨୨ ଓ ଡାହାଣରୁ ୧୪ଟି ଗେଟ ଖୋଲିଛି। ବର୍ତ୍ତମାନ ଡ୍ୟାମ୍‌ର ଜଳସ୍ତର ୬୨୪ ଫୁଟ୍‌ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୬.୬ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି ୩.୩ କ୍ୟୁସେକ୍‌ ଜଳ।

ମହାନଦୀ ବେସିନରେ ବନ୍ୟା ଆଶଙ୍କା। ଉପରମୁଣ୍ଡରେ ଅଧିକ ବର୍ଷା ସହ ଇବ୍‌ ଓ ଭେଡନ୍‌ ନଦୀରୁ ଅଧିକ ପରିମାଣର ବନ୍ୟା ପାଣି ମହାନଦୀରେ ମିଶୁଛି। ମିଳିଥିବା ସୂଚନା ମୁତାବଳ ଆଗାମୀ ୩୬ ଘଣ୍ଟା ଭିତରେ କଟକ ମୁଣ୍ଡୁଳିରେ ପହଁଚିବ ବନ୍ଯାଜଳ । ଏହି ଜଳ ମୁଣ୍ଡୁଳିରେ ପହଞ୍ଚିବା ପରେ ୧୦ରୁ ସାଢେ ୧୦ ଲକ୍ଷ କ୍ୟୁସେକକୁ ବୃଦ୍ଧି ପାଇବ । ଏହାଫଳରେ ବଡ଼ ବନ୍ୟା ଆସିବାର ଆଶଙ୍କା ରହିଛି । ଏହା ଦ୍ୱାରା କଟକ, ପୁରୀ ଓ ଜଗତସିଂହପୁର ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.