Below header

ଯାଜପୁର : ପାଣି ଘେରରୁ ନବଜାତକୁ କୋଳେଇ ନେଇ ସୁରକ୍ଷିତ ସ୍ଥାନକୁ ଆଣିଲେ ଅଗ୍ନିଶମ କର୍ମଚାରୀ

ଯାଜପୁର : ଏବେ ପ୍ରତ୍ୟେକ ପ୍ରାକୃତିକ ବିପର‌୍ୟ୍ୟୟ ବେଳେ କାହାର ଦେଖା ନଥିଲେ ବି ଅଗ୍ନିଶମ ଓ ଏନ୍‌ଡିଆରଏଫ୍ ଟିମ୍ ନିଶ୍ଚୟ ଯାଇ ପହଞ୍ଚୁଛି ଘଟଣା ସ୍ଥଳରେ । ନିଜ ସାମର୍ଥ୍ୟ ମୁତାବକ ସାଧାରଣ ଲୋକଙ୍କୁ ସହୟତା କରୁଛି । ଏବେ କୋଭିଡ୍ ଆତଙ୍କ ସାଙ୍ଗକୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖା ଦେଇଛି ବନ୍ୟା ପରିସ୍ଥିତି । ଏଠି ବି ନିଜର ଉପସ୍ଥିତି ଜାହିର କରି ବିପନ୍ନ ଲୋକଙ୍କ ପାଇଁ ସହାୟତାର ହାତ ବଢ଼ାଇଛନ୍ତି ଏମାନେ ।

FIRE-6

ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲା ବରି ଅଞ୍ଚଳରେ ଦେବଦୂତ ପାଲଟି ଅଗ୍ନିଶମ କର୍ମଚାରୀମାନେ ପାଣି ଘେରରେ ଫସିଥିବା ଛଅ ଜଣ ଲୋକଙ୍କୁ ଉଦ୍ଧାର କରିଛନ୍ତି । ଆଉ ସବୁଠାରୁ ବଡ଼ କଥା ହେଲା ଏମାନଙ୍କ ଭିତରେ ଗୋଟିଏ ନବଜାତ ଶିଶୁ ରହିଛି । ଯାହାକୁ ନିଜ କୋଳରେ କୋଳେଇ ନେଇ ସୁରକ୍ଷିତ ସ୍ଥାନରେ ପହଞ୍ଚାଇ ଦେଇଛନ୍ତି ବରି ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ । ସେମାନଙ୍କ ଏଭଳି କାମକୁ ସମସ୍ତେ ପ୍ରଶଂସା କରିଛନ୍ତି ।

FIRE_TWITଏ ସମ୍ପର୍କରେ ଅଗ୍ନିଶମ ବିଭାଗ ପକ୍ଷରୁ ଟ୍ଵିଟ୍ କରି ସୂଚନା ଦିଆଯାଇଛି । ବରିରେ ଗୋଟିଏ ପରିବାର ବନ୍ୟା ପାଣି ଘେରରେ ଫସି ଯାଇଥିଲେ । ସେମାନେ ଛାତ ଉପରେ ଥିବା ବେଳେ ଘରର ଜଣେ ମହିଳା ତାଙ୍କର ନବଜାତ ସହ ସେଠାରେ ରହି ଯାଇଥିଲେ । ବରି ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.