ଦୁଷ୍କର୍ମ ମାମଲାରେ ନାବାଳକକୁ ଦଶ ବର୍ଷ ଜେଲ୍, ଦଣ୍ଡିତ କଲେ କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ୍

କେନ୍ଦୁଝର : ଏକ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗର ଶୁଣାଣି କରି କେନ୍ଦୁଝର ଜିଲ୍ଲା ଅତିରିକ୍ତ ଦୌରା ଜଜ ଜଣେ ୧୭ ବର୍ଷୀୟ ନାବାଳକକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହ ଦଶ ଅର୍ଥ ଦଣ୍ଡରେ  ଦଣ୍ଡିତ କରିଛନ୍ତି । ପୀଡିତାକୁ ଏକ ଲକ୍ଷ ଟଙ୍କା ଦେବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

୨୦୧୭ ମସିହାରେ କାଞ୍ଜିପାଣି ଥାନା ଅନ୍ତର୍ଗତ  ଦୁଇ ଜଣ ନାବାଳିକା ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଏକ ନିର୍ଜନ ସ୍ଥାନରେ ଆଶ୍ରୟ ନେଇଥିଲେ । ଅଭିଯୁକ୍ତ ନାବାଳକ ସେହି ସ୍ଥାନରେ ପହଁଚି ଦୁଇ ନାବାଳିକାଙ୍କୁ ଖଡ଼ିଆଢ଼ିହି ଗ୍ରାମକୁ ନିଜ ବାଇକରେ ନେବା ସହ ରାତ୍ରୀଯାପନ କରାଇଥିଲା । ଏହି ସମୟରେ ଅଭିଯୁକ୍ତ ଜଣେ ନାବାଳିକାକୁ ଜୋର ଜବରଦସ୍ତି ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା । ଏହି ସମୟରେ ଅନ୍ୟ ଜଣେ ନାବାଳିକା ଅଭିଯୁକ୍ତଙ୍କ ଠାରୁ ତାର ସାଙ୍ଗକୁ ବଞ୍ଚାଇ ପଳାଇ ଆସିଥିଲେ ।

ପରେ ଏନେଇ କାଞ୍ଜିପାଣି ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିବା ସହ ରାଉଲକେଲା ବାଳ ସ୍ୱାଧ୍ୟାର ଗୃହକୁ ପଠାଇ ଦିଆଯାଇଥିଲା । ଆଜି ଏହି କେଶର ବିଚାର କରି ଏଡିଜେ ଲୋକନାଥ ସାହୁ ଅଭିଯୁକ୍ତକୁ ଦଣ୍ଡାଦେଶ ଶୁଣାଇଥିବା ସରକାରୀ ଓକିଲ ଗଣେଶ ମହାପାତ୍ର ପ୍ରକାଶ କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.