Below header

ବ୍ରହ୍ମପୁର : ତିନୋଟି ବେଆଇନ ସେଲଟର ହୋମରୁ ୧୭୦ ଅନ୍ତେବାସୀ ଉଦ୍ଧାର

ବ୍ରହ୍ମପୁର : ତିନୋଟି ବେଆଇନ ସେଲଟର ହୋମରୁ ୧୭୦ ଅନ୍ତେବାସୀ ଉଦ୍ଧାର । ଉଦ୍ଧାର ସମସ୍ତ ଅନ୍ତେବାସୀଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସହରର ବିଜୟ ବିହାର ତୃତୀୟ ଲାଇନରେ ଥିବା ବ୍ଲେସିଙ୍ଗ୍‌ ଫର ବୟେସ ଓ ଖୋଡାସିଙ୍ଗି ଅଞ୍ଚଳର ଗ୍ରେସ ହୋମ ଶିଶୁ ଆଶ୍ରୟ ସ୍ଥଳରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ଚଢାଉ ହୋଇଥିଲା । ଜିଲ୍ଲା ଶିଶୁ ସୁରକ୍ଷା, ଶିଶୁ କଲ୍ୟାଣ କମିଟି ଓ ଚାଇଲଡର ମିଳିତ ଚଢାଉ କରିଥିଲେ । ରେଡ୍‌ ବେଳେ ଶିଶୁ ମାନେ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ରହୁଥିବା ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ଦିଆଯାଇଥିଲା । ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଖବର ପାଇ ପରିବାର ଲୋକ ସେଲଟର ହୋମରେ ପହଞ୍ଚିବା ପରେ ପୋଲିସ ଓ ମାଜିଷ୍ଟ୍ରେଟ ଉପସ୍ଥିତିରେ ଜିଲ୍ଲା ଶିଶୁ କଲ୍ୟାଣ ସମିତିରେ ହାଜର କରାଯାଇଥିଲା । ପରେ ସମସ୍ତଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସମସ୍ତ ଶିଶୁ ନିଜ ଗାଁରେ ନିକଟରେ ଥିବା ବିଦ୍ୟାଳୟରେ ପାଠ ପଢିବେ ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.