Below header

ଆହାର ଉପରେ ପ୍ରହାର : କାହିଁକି ଫିଙ୍ଗି ଦିଆଗଲା ଟ୍ରାକ୍ଟର ଭର୍ତ୍ତି ‘ଆହାର’ ଭାତ ଡାଲ୍‌ମା

ସମ୍ବଲପୁର : ସମ୍ବଲପୁରରେ ଟ୍ରାକ୍ଟର ଭର୍ତ୍ତି ଭାତ ଡାଲ୍‌ମାକୁ ଫିଙ୍ଗାଯାଇଥିବା ଅଭିଯୋଗ । ଏହି ଭିଡିଓ ଭାଇରାଲ ହୋଇଛି। ସମ୍ବଲପୁର ଧନୁପାଲି ଜେଲ ଛକରେ ଥିବା ଆହାର କେନ୍ଦ୍ରରୁ ଏହି ଭାତ ,ଡାଲ୍‌ମାକୁ ଟ୍ରାକ୍ଟରରେ ନେଇ ଫିଙ୍ଗାଯାଇଥିବା ଅଭିଯୋଗ ହୋଇଛି। ଆହାର କେନ୍ଦ୍ରର ଖାଇବା ବୋଲି ସ୍ୱୀକାର କରିଛନ୍ତି ଟ୍ରାକ୍ଟର ଡ୍ରାଇଭର ଓ ହେଲପର । ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ, ଭାରତ ବନ୍ଦ ଯୋଗୁ ଲୋକେ ଆହାର କେନ୍ଦ୍ରକୁ ଖାଇବାକୁ ନ ଆସିବାରୁ ,ଏହି ଖାଦ୍ୟକୁ ଫିଙ୍ଗାଯାଇଥିଲା ବୋଲି ଆହାର କେନ୍ଦ୍ର ମ୍ୟାନେଜର କହିଛନ୍ତି। ତାଙ୍କୁ ଜବାବ ତଲବ କରାଯାଇଛି। ସନ୍ତୁଷ୍ଟ ଉତ୍ତର ନମିଳିଲେ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.