ସରିନି ମୃତଦେହ ଚିହ୍ନଟ ପ୍ରକ୍ରିୟା : ଏବେ ବି ଫଟୋ ଓ ପରିଚୟ ପତ୍ର ଦେଖାଇ ଖୋଜୁଛନ୍ତି ସମ୍ପର୍କୀୟ

ଫଟୋ ଓ ପରିଚୟ ପତ୍ର ଦେଖାଇ ମୃତଦେହ ଚିହ୍ନଟ କରୁଛନ୍ତି ସମ୍ପର୍କୀୟ। ଏଯାଏ ୧୦୧ ମୃତଦେହ ଚିହ୍ନଟ ହୋଇ ନାହିଁ । ଆବଶ୍ୟକ ପ୍ରକ୍ରିୟା ପରେ ମୃତଦେହକୁ ହସ୍ତାନ୍ତର କରାଯାଉଛି । ମୃତଦେହକୁ ମାଗଣାରେ ଗାଡ଼ିରେ ଗନ୍ତବ୍ୟସ୍ଥଳକୁ ପଠାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ): ବାହାନଗା ରେଳ ଦୁର୍ଘଟଣାରେ ଏଯାଏ ୧୭୭ ମୃତଦେହ ଚିହ୍ନଟ ହୋଇଛି । ଆବଶ୍ୟକ ପ୍ରକ୍ରିୟା ପରେ ମୃତଦେହକୁ ହସ୍ତାନ୍ତର କରାଯାଉଛି । ମୃତଦେହକୁ ମାଗଣାରେ ଗାଡ଼ିରେ ଗନ୍ତବ୍ୟସ୍ଥଳକୁ ପଠାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା ହୋଇଛି । ଯଥାସମ୍ଭବ କମ୍‌ ସମୟରେ ମୃତ୍ୟୁ ପ୍ରମାଣପତ୍ର ପଠାଇ ଦିଆଯିବ । ଏଯାଏ ୧୦୧ ମୃତଦେହ ଚିହ୍ନଟ ହୋଇ ନାହିଁ ।

ଚିହ୍ନଟ ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ପଶ୍ଚିମବଙ୍ଗ, ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁର ବିଭିନ୍ନ ଡିଭିଜନ୍‌ ଓ ଜୋନାଲ୍‌ ମୁଖ୍ୟାଳୟକୁ ମୃତକଙ୍କ ଫଟୋ ପଠାଯାଇଛି । ଫଟୋରେ ଉଲ୍ଲେଖ ରହିଛି ସେମାନେ କେଉଁ ରଙ୍ଗର ପୋଷାକ ପିନ୍ଧିଥିଲେ । ଭୁବନେଶ୍ୱର ଏମ୍‌ସରେ ୧୨୩ ମୃତଦେହ ଆସିଥିଲା । ବର୍ତ୍ତମାନ ସୁଦ୍ଧା ୬୧ଟି ମରଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ବାକି ୬୨ ମୃତଦେହ ଏମ୍‌ସରେ ଅଛି । ଏଗୁଡ଼ିକର ସଂରକ୍ଷଣ ପାଇଁ ପାରାଦୀପରୁ ୫ଟି କଣ୍ଟେନର ଅଣାଯାଇଛି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.