ପୁରୀ ଜିଲ୍ଲା ଅସ୍ତରଙ୍ଗରେ ନିର୍ମାଣ ହେବାକୁ ଯାଉଛି ୧୮୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ

ଅସ୍ତରଙ୍ଗ: ସାରା ରାଜ୍ୟରେ କରୋନା ସଂକ୍ରମଣକୁ ଆଖି ଆଗରେ ରଖି ସରକାର ଆଗୁଆ ପଦକ୍ଷେପ ନେବାକୁ ଚେଷ୍ଟା କରୁଛନ୍ତି । ବିଭିନ୍ନ ବ୍ଲକରେ କୋଭିଡ- 19 ହସ୍ପିଟାଲ ମାନ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟସରକାର । ପୁରୀ ଜିଲ୍ଲା ଅସ୍ତରଙ୍ଗର କାକଟପୁର ବ୍ଲକରେ ଦୁଇଟି ଅସ୍ଥାୟୀ କୋଭିଡ ହସ୍ପିଟାଲ ନିର୍ମାଣ ନେଇ ଭିତ୍ତିଭୂମି ଚୟନ କରାଯାଇଛି । ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ନୀଳକଣ୍ଠ ମିଶ୍ର, ପୁରୀ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶଙ୍କ ତତ୍ତ୍ୱାବଧାନରେ ଏହି ନିର୍ମାଣ କାମ ହେବ ।

କାକଟପୁର ମଙ୍ଗଳା ମହାବିଦ୍ୟାଳୟ ଠାରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ଓ ଅସ୍ତରଙ୍ଗ ବ୍ଳକର ରତନ ପୁର ଵିଜ୍ଞାନ ମହାବିଦ୍ୟାଳୟରେ ୮୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ନିର୍ମାଣ କରିବାକୁ ସ୍ଥିର କରାଯାଇଛି । ଏହି ହସ୍ପିଟାଲ ଗୁଡିକରେ ନୂଆ ବେଡ଼ ପକାଯିବା ସହ ଆବଶ୍ୟକ ପରିମାଣର ଡାକ୍ତର ମାନଙ୍କୁ ନିଯୁକ୍ତ କରାଯିବ । କୋଭିଡର ପ୍ରାଥମିକ ଲକ୍ଷଣ ଦେଖାଯିବା ମାତ୍ରେ ହିଁ ସେମାନଙ୍କୁ ଏହି ହସ୍ପିଟାଲ ମାନଙ୍କରେ ଭର୍ତ୍ତି କରାଯିବ |

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.