ଚଳିତ ବର୍ଷ ସମ୍ବଲପୁରରେ ଫିକା ପଡିବ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା: ଆଜି ସଂଧ୍ୟାରେ ନିରାଡମ୍ବର ଭାବେ ପାଳନ ହେବ ବାବାଙ୍କ ପତରପେଣ୍ଡି ନୀତି

ସମ୍ବଲପୁର: ପ୍ରତିବର୍ଷ ଧୁମଧାମରେ ପାଳିତ ହେଇଥାଏ ବିଶ୍ୱ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା । ଏହା ପୂର୍ବରୁ ପ୍ରତ୍ୟେକଟି କାର୍ଯ୍ୟକ୍ରମ ମଧ୍ଯ ବେଶ୍ ଆଡମ୍ବର ସହିତ ଆୟୋଜନ କରାଯାଇଥାଏ । କନ୍ୟାଖୋଜା ଠାରୁ ଦେବନିମତ୍ରଣ ଓ ବିବାହଠାରୁ ନବବିବାହିତ ଦେବଦମ୍ପତିଙ୍କ ନଗରପରିକ୍ରମା କାର୍ଯ୍ୟକ୍ରମ ସବୁ  କରାଯାଇଥାଏ । ହେଲେ କରୋନା ସଂକ୍ରମଣ ଭୟ ଓ ଲକଡ଼ାଉନ ନିୟମକୁ ଆଖି ଆଗରେ ରଖି ଚଳିତବର୍ଷ ଶୀତଳଷଷ୍ଠୀ ଯାତ୍ରା କମିଟି ପକ୍ଷରୁ ନିରାଡ଼ମ୍ବର ସହ ପାଳିତ ହେବ ପ୍ରଶିଦ୍ଧ ଶୀତଳଷଷ୍ଠୀ ଯାତ୍ରା ।

baba sambalpurଆଜି ନନ୍ଦପଡା଼ର ବମବରାଡ଼ ବାଲୁଙ୍କେଶ୍ୱର ବାବା ଏବଂ ମୋଦିପଡା଼ର ଜାଗେଶ୍ୱର ବାବାଙ୍କର ପତରପେଣ୍ଡି କାର୍ଯ୍ୟ ସଂଧ୍ୟାରେ ଅନୁଷ୍ଠିତ ହେବ । ନନ୍ଦପଡ଼ା ଏବଂ ମୋଦିପଡା଼ ପୂଜାକମିଟି ପକ୍ଷରୁ ସଂଧ୍ୟାରେ ଦେବ ଦେବ ମହାଦେବଙ୍କ ପାଇଁ କନ୍ୟା ଅନ୍ୱେଷଣରେ ବାହାରିବେ । ସଂଧ୍ୟାରେ ଦେବାଳୟରେ ପୂଜାର୍ଚ୍ଚନା ସାରିଲାପରେ ସପ୍ତରୁଷୀଙ୍କ ଗହଣରେ ବରପିତା ସରଗି ପତ୍ର,ବେଲପତ୍ର ଓ ଫୁଲ ଇତ୍ୟାଦି ନେଇ କନ୍ୟା ଅନ୍ୱେଷଣରେ ବାହାରିବେ । ଯେହେତୁ ସମ୍ବଲପୁର ସହରରେ ୫ ଜଣ କରୋନା ପଜିଟିଭ ବାହାରିଥିବାରୁ ପ୍ରଶାସନ ସମସ୍ତ ଯାତ୍ରା କମିଟିଙ୍କୁ ଯାତ୍ରା ବାହାର କରିବା ପାଇଁ ମନା କରିଛି । କେବଳ ବିଧି ରକ୍ଷା ପାଇଁ ଅନୁଷ୍ଠିତ ହେବ ସମ୍ବଲପୁରରେ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.