Below header

ଦ୍ବିତୀୟ ପର୍ଯ୍ଯାରେ ପହଞ୍ଚିଲା କରୋନା ଟୀକାର ଟ୍ରାଏଲ୍, ଛୋଟ ପିଲା ଏବଂ ବୟସ୍କ ଲୋକଙ୍କ ଉପରେ ହେବ ପରୀକ୍ଷଣ

ବ୍ରିଟେନରେ କରୋନା ଭାଇରସ ଟୀକାର ପରୀକ୍ଷଣ ଦ୍ବିତୀୟ ପର୍ଯ୍ଯାୟରେ ପହଞ୍ଚିସାରିଛି। ଅକ୍ସଫୋର୍ଡ ୟୁନିଭରସିଟି ତିଆରି କରିଥିବା ଟୀକାର ପରୀକ୍ଷଣ ବର୍ତ୍ତମାନ ପିଲା ଏବଂ ବୟସ୍କ ଲୋକଙ୍କ ଉପରେ ହେବ। ଏହି ସମ୍ପର୍କରେ ଗତକାଲି ଅକ୍ସଫୋର୍ଡ ୟୁନିଭରସିଟି ସୂଚନା ଜାରି କରିଛି।
ୟୁନିଭରସିଟି ତରଫରୁ କୁହାଯାଇଛି ଆଗାମୀ ଚରଣ ପରୀକ୍ଷଣ ପାଇଁ ହଜାର ଭଲିଣ୍ଟିୟର୍ସଙ୍କ ନିଯୁକ୍ତି ହେବ। ୟୁନିଭରସିଟି କହିବାନୁଯାୟୀ ଟୀକାକୁ ନେଇ ଭଲ ପ୍ରଗତି ହେଉଛି, ପରୀକ୍ଷଣ ପାଇଁ ୧୦,୨୬୦ ପିଲା ଏବଂ ବୟସ୍କ ଲୋକଙ୍କୁ ବଛାଯାଇଛି। ସୂଚନା ମୁତାବକ ବ୍ରିଟେନରେ ଏଥିପାଇଁ ଅନେକ ଇଷ୍ଟିଚ୍ଯୁଟ ଠାରୁ ସାହାଯ୍ଯ ନିଆଯାଉଛି। ପରୀକ୍ଷଣ ପାଇଁ ଭଲିଣ୍ଟିୟରଙ୍କ ବୟସରେ ଅନେକ ଭେରାଇଟ୍ ରଖା ଯାଇଛି।
ଏପ୍ରିଲ ଠାରୁ ଆରମ୍ଭ ହୋଇଛି ଟୀକାର ପରୀକ୍ଷଣ

vaccine-ସର୍ବ ପ୍ରଥମେ ଏପ୍ରିଲରେ ଅକ୍ସୋଫୋର୍ଡ ୟୁନିଭରସିଟି ଟୀକା ପରୀକ୍ଷଣ ଆରମ୍ଭ କରିଥିଲା। କୁହାଯାଉଛି ପାଖାପାଖି ୧ହଜାର ପ୍ରତିରୋଧକ କ୍ଷମତା ବିକସିତ ହୋଇସାରିଛି।

ଟୀକାରୁ ନେଇ ବର୍ତ୍ତମାନ କରାଯାଇପାରିବ ନାହିଁ ଭବିଷ୍ଯବାଣୀ

vaccine-1ବିବିସି ପୋଲାର୍ଡ କହିବାନୁଯାୟୀ ଟୀକାକୁ ନେଇ ବର୍ତ୍ତମାନ କିଛି ଭବିଷ୍ଯବାଣୀ କରାଯାଇପାରିବ ନାହିଁ। କାରଣ କେବେ ସକ୍ଷମ ଟୀକା ବାହାର କରାଯିବ ସେନେଇ କିଛି ସୂଚନା ଜାରି କରାଯାଇନାହିଁ। ଏଥିସହ ଅଧିକରୁ ଅଧିକ ଲୋକଙ୍କ ଉପରେ ଏହା ପରୀକ୍ଷଣ କରିବା ପରେ ହିଁ ଏହି ଟୀକା ସମ୍ପର୍କରେ ଜାଣି ହେବ। ଅକ୍ସଫୋର୍ଡ ୟୁନିଭରସିଟି ବ୍ରିଟେନର ଏକ ଫାର୍ମା କମ୍ପାନୀ ସହ ଡିଲ୍ କରିଛି। ଏହି ଡିଲ୍ ଅନୁଯାୟୀ ବ୍ରିଟେନରେ ସେପ୍ଟେମ୍ବର ପର୍ଯ୍ଯନ୍ତ ୩ କୋଟିରୁ ନେଇ ୧୦୦ କୋଟି ପର୍ଯ୍ଯନ୍ତ ଡୋଜ୍ ଉପଲବ୍ଧ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.