ସନ୍ଧ୍ୟାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କଲା କ୍ୱାଲାଲମ୍ପୁର-ଭୁବନେଶ୍ୱର ବିମାନ

ଭୁବନେଶ୍ୱର: ଗତକାଲି ସନ୍ଧ୍ୟା ୬ଟା ୫୦ରେ କ୍ୱାଲାଲମ୍ପୁର-ଭୁବନେଶ୍ୱର ଏୟାର ଇଣ୍ଡିଆ ବିମାନ (ଏଆଇ୧୩୨୭) ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଛି। ୧୩୯ଜଣ ଯାତ୍ରୀଙ୍କୁ ନେଇ ଆସିଥିବା ଏହି ବିମାନର ୩୧ଜଣ ଯାତ୍ରୀ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିଥିଲେ।

ଗତକାଲି ସନ୍ଧ୍ୟାରେ ବିମାନଟି ପହଞ୍ଚିବା ପରେ ପ୍ରଥମେ ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହାପରେ କୌଣସି ଯାତ୍ରୀଙ୍କଠାରେ କରୋନାର ଲକ୍ଷଣ ନଥିବା ନେଇ ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ଏହାପରେ ଆନ୍ଯ ୧୦୮ ଯାତ୍ରୀଙ୍କୁ ନେଇ ବିମାନଟି ରାତି ୮ଟା ୨୫ମନିଟରେ ବେଙ୍ଗାଲୁରୁ ଅଭିମୁଖେ ଉଡ଼ାଣ ଭରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.