ଗୋଟିଏ ଆଖିରେ ଦେଖି ପାରନ୍ତି ନାହିଁ ବାହୁବଳୀର ଭାଲ୍ଲୋଳଦେବ, ନିଜେ ହିଁ କରିଛନ୍ତି ଏହି ରହସ୍ୟର ଖୁଲାସା

ବର୍ତ୍ତମାନ ସମୟରେ “ବାହୁବଳୀ” ଫିଲ୍ମରେ ଭାଲୋଲଦେବ ଭୂମିକା ନିଭେଇଥିବା ଆକ୍ଟର ରାଣା ଦଗୁବାତି ଓ ମିହିକା ବଜାଜଙ୍କ ନିର୍ବନ୍ଧକୁ ନେଇ ଚର୍ଚ୍ଚା ଖୁବ ଜୋର ଧରିଛି । ଗତ ୨୧ ତାରିଖରେ ବାହୁବଳୀର ଏହି ଫେମ ନିଜ ବାନ୍ଧବୀଙ୍କ ସହ ସୁନ୍ଦର ଫଟୋ ସେୟାର କରି ନିଜ ନିର୍ବନ୍ଧ ତାରିଖର ଘୋଷଣା କରିଛନ୍ତି । ଏହା ପରେ ଫ୍ୟାନ୍ସ ଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ମାନଙ୍କ ଶୁଭେଚ୍ଛାର ସୁଅ ଯେମିତି ତାଙ୍କ ପାଖକୁ ଛୁଟିବାରେ ଲାଗିଛି । କିନ୍ତୁ ଏସମୟରେ ରାଣାଙ୍କ ପୁରୁଣା ସାକ୍ଷାତକାର ବି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।ଏଥିରେ ରାଣା ନିଜ ବିଷୟରେ ଏମିତି ଏକ ସତ କହିଛନ୍ତି, ଯାହାକୁ ଶୁଣି ହୁଏତ କାହା ଆଖିରେ ଲୁହ ରହିବନି । ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ “ବାହୁବଳୀ” ସିନେମାରେ ଦମଦାର ଅଭିନୟ କରିଥିବା ରାଣା କେବଳ ଗୋଟିଏ ଆଖିରେ ହିଁ ଦେଖିପାରନ୍ତି ।

Weight loss: Rana Daggubati loses 30 kilos for his film, adopt ...

ସାକ୍ଷାତକାର ସମୟରେ ତାଙ୍କ ମୁହଁରୁ ଏହି ସତ କଥା ଶୁଣି ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କ ଆଖି ଛଳଛଳ ହୋଇ ଯାଇଥିଲା । ସୋ’ର ହୋଷ୍ଟଙ୍କ ସମେତ ଅଡ଼ିଏନ୍ସ ମାନେ ଯେମିତି ଆବାକ ହୋଇ ଯାଇଥିଲେ । ଶରୀରର ଏହି ଦୁର୍ବଳତା ସତ୍ତ୍ୱେ ବି ସେ ଆଜି ସଫଳତାର ଶିଖରରେ ପହଂଚି ପାରିଛନ୍ତି । ଛୋଟ ବେଳରୁ ହିଁ ରାଣାଙ୍କ ଡାହାଣ ଆଖିଟି ଖରାପ । ରାଣା ଏହାବି କହିଛନ୍ତିକି ମୃତ୍ୟୁ ପରେ ହିଁ ଜଣେ ନିଜ ଡାହାଣ ଆଖି ଟିକୁ ତାଙ୍କୁ ଦାନ କରିଥିଲେ । ନିଜ ଫ୍ୟାନ୍ସ ଓ ଦର୍ଶକ ମାନଙ୍କ ମନୋବଳ ବଢାଇବା ପାଇଁ ହିଁ ନିଜର ଏହି ରହସ୍ୟ ସମସ୍ତଙ୍କ ଆଗରେ ପ୍ରକାଶ କରିଥିବା କହିଛନ୍ତି ରାଣା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.