ବାହାରିଲା ଲୋ ତମ୍ପ ଛୁଆ ! ୬୧ଦିନ ପରେ ଅଣ୍ଡାରୁ ୧୯ଟି ଶାବକ ଉଦ୍ଧାର

କାକଟପୁର(କେନ୍ୟୁଜ): ୬୧ଦିନ ପରେ ସାପ ଅଣ୍ଡାରୁ ବାହାରିଲେ ୧୯ଟି ସାପଛୁଆ। ଉଦ୍ଧାର ହୋଇଥିବା ତମ୍ପ ସାପ ଦେଇଥିଲା ୧୯ଟି ଅଣ୍ଡା। ସ୍ନେକ୍‌ ହେଲ୍ପଲାଇନ୍‌ ସଦସ୍ୟ ବ୍ରଜ କିଶୋର ସାହୁଙ୍କ ପାଖକୁ ଘରେ ସାପ ପଶିଯାଇଛି ବୋଲି ଦୁଇ ମାସ ତଳେ କୋଣାର୍କ ଅଞ୍ଚଳରୁ ଏକ ଫୋନ୍‌ କଲ୍‌ ଆସିଥିଲା ।

ଖବର ପାଇ ସ୍ନେକ୍‌ ହେଲ୍ପଲାଇନ୍‌ ସଦସ୍ୟ ବ୍ରଜ କିଶୋର ସାହୁ ଘଟଣା ସ୍ଥଳରେ ପହଞ୍ଚି ସେଠାରୁ ସାପଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର ସାପଟି ଏକ ତମ୍ପ ସାପ ହୋଇଥିବା ବେଳେ, ତାକୁ ଘରକୁ ଆଣି ଦୁଇଦିନ ରଖିଥିଲେ । ଦୁଇଦିନ ପରେ ଦେଖିଲା ବେଳକୁ ମାଈ ତମ୍ପ ସାପଟି ୧୯ଟି ଅଣ୍ଡା ଦେଇଥିଲା।

ଏହାପରେ ଅଣ୍ଡା ଗୁଡିକୁ ଏକ ଜାରରେ ରଖି ସାପଟିକୁ ନେଇ ଜଙ୍ଗଲରେ ଛାଡି ଦେଇଥିଲେ ବ୍ରଜ । ୬୧ଦିନ ପରେ ଆଜି ୧୯ଟି ଅଣ୍ଡାରୁ ୧୯ଟି ତମ୍ପ ସାପ ଛୁଆ ବାହାରିଥିବା ବ୍ରଜ ଦେଖିବାକୁ ପାଇଛନ୍ତି । ଏହି ତମ୍ପ ସାପ ଶାବକ ଗୁଡିକୁ କୋଣାର୍କ ବନବିଭାଗ ଅଧୀନ ଜଙ୍ଗଲରେ ବନ କର୍ମଚାରୀଙ୍କ ଉପସ୍ଥିତିରେ ଛଡାଯିବ ବୋଲି ବ୍ରଜ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.