ଟି-୨୦ ବିଶ୍ୱକପ୍‌ରେ ଇଣ୍ଡିଆ ଟିମ୍‌ରେ ବିରାଟ କୋହଲିଙ୍କୁ ନେବା ଠିକ୍‌ ହେବନି: ବୀରେନ୍ଦ୍ର ସେହବାଗ୍‌

ଏବେ କ୍ରିକେଟ୍‌ରେ ଭାରତର ପ୍ରଦର୍ଶନ ଏତେ ଟା ଭଲ ରହୁନାହିଁ। ଗତବର୍ଷ ଖେଳାଯାଇଥିବା ଟି୨୦ ବିଶ୍ୱ କପ୍‌ରେ ଟିମ୍‌ ଇଣ୍ଡିଆର ପ୍ରଦର୍ଶନ ବେଶ୍‌ ନିରାଶା ଜନକ ରହିଥିଲା। କିନ୍ତୁ ଚଳିତବର୍ଷ ହେବାକୁ ଥିବା ଟି ୨୦ ବିଶ୍ୱ କପ୍‌ରେ ଟିମ୍‌ ଇଣ୍ଡିଆ ନୂଆ କ୍ୟାପ୍‌ଟେନ୍‌ ଓ ନୂଆ କୋଚ୍‌ଙ୍କ ସହ ପଡ଼ିଆକୁ ଓହ୍ଲାଇବ। ଇତି ମଧ୍ୟରେ ପୂର୍ବ କ୍ରିକେଟର ବୀରେନ୍ଦ୍ର ସେହବାଗ୍‌ ଭାରତ ପୂର୍ବ କ୍ୟାପ୍‌ଟେନ୍‌ ବିରାଟ କୋହଲିଙ୍କୁ ବିଶ୍ୱ କପ୍‌ ପାଇଁ ଚୟନିତ ଟିମ୍‌ ଅଂଶ ଭାବେ ଦେଖିବାକୁ ଚାହୁଁନାହାନ୍ତି ବୋଲି ପରୋକ୍ଷ ଭାବେ କହିଛନ୍ତି।

ଗତ ବର୍ଷ ଓ୍ଵାର୍ଲ୍ଡ କପ୍‌ରେ ଭାରତର ଅଭିଯାନ ପାକିସ୍ତାନ ଠାରୁ ପରାସ୍ତ ହୋଇ ଆରମ୍ଭ ହୋଇଥିଲା। ଏହି ଓ୍ଵାର୍ଲ୍ଡ କପ୍‌ ପରେ ଟିମ୍‌ ଇଣ୍ଡିଆରେ ଅନେକ କିଛି ପରିବର୍ତ୍ତନ ଘଟିଛି। ରୋହିତ ଶର୍ମାଙ୍କୁ ଟିମ୍‌ର କ୍ୟାପ୍‌ଟେନ୍‌ କରାଯାଇଛି। ସେହିପରି ରବି ଶାସ୍ତ୍ରୀଙ୍କ ଜାଗାରେ ଏବେ ରାହୁଲ ଦ୍ରାବିଡ ଟିମ୍‌ ଇଣ୍ଡିଆର କୋଚ୍‌ ହୋଇଛନ୍ତି।

ବୀରେନ୍ଦ୍ର ସେହବାଗ୍‌ଙ୍କ କହିବାନୁସାରେ, ଇଣ୍ଡିଆ ଟିମ୍‌କୁ ଟପ୍‌ ୩ରେ ରୋହିତ ଶର୍ମା, କେଏଲ୍‌ ରାହୁଲ ଓ ଈଶାନ କିଶନଙ୍କୁ ରଖିବା ଆବଶ୍ୟକ। ସେହବାଗ୍‌ କହିଛନ୍ତି-ଇଣ୍ଡିଆ ଟିମ୍‌ ପାଖରେ ଅନେକ ବିକଳ୍ପ ରହିଛି। କିନ୍ତୁ ମୁଁ ଭାବୁଛି ଇଣ୍ଡିଆ ଚଳିତ ବର୍ଷ ଅଷ୍ଟ୍ରେଲିଆକୁ ବିଶ୍ୱ କପ୍‌ ଖେଳିବାକୁ ଯିବା ବେଳେ ଟପ୍‌ ଥ୍ରୀରେ ରୋହିତ ଶର୍ମା, ଈଶାନ କିଶନ ଓ କେଏଲ୍‌ ରାହୁଲ ରୁହନ୍ତୁ। ସେହବାଗ୍‌ଙ୍କର ଏହି ମନ୍ତବ୍ୟରୁ ବୁଝାପଡ଼ୁଛି ଯେ ସେ ଟପ୍‌ ଖେଳାଳିଙ୍କ ମଧ୍ୟରେ ବିରାଟ କୋହଲିଙ୍କୁ ଦେଖୁ ନାହାନ୍ତି।

ସୂଚନାଯୋଗ୍ୟ ଯେ ଟି୨୦ ଓ ଦିନିକିଆରେ ଟିମ୍‌ ଇଣ୍ଡିଆର ନମ୍ବର ୩ରେ ବିରାଟ କୋହଲି ବ୍ୟାଟିଂ କରିଥାନ୍ତି। କିନ୍ତୁ ଗତ କିଛି ଦିନ ହେବ କୋହଲି ଖରାପ ସମୟ ଦେଇ ଗତି କରୁଛନ୍ତି। ଖେଳରେ ସେ ଫର୍ମାଟରେ ରହୁ ନଥିବା ଦେଖାଯାଇଛି। ଏଣୁ ସେହବାଗ୍‌ କହିଛନ୍ତି- ଇଣ୍ଡିଆକୁ ବାମ ଓ ଡାହାଣ ପଟେ କମ୍ବିନେସନ୍‌ ସହ ଓପନିଂ କରିବା ଦରକାର। ରୋହିତ – କିଶନ ରୁହନ୍ତୁ କି ରାହୁଲ – କିଶନ, ଯିଏ ବି ରହିଲେ ଚଳିବ।

Also Read: ଖାଦ୍ୟକୁ ଚଟ୍‌ପଟା କରୁଥିବା ତେନ୍ତୁଳିର ବି ରହିଛି ଅନେକ ସାଇଡ୍‌ ଇଫେକ୍ଟ, ଏସବୁ ସମସ୍ୟା ଥିଲେ ଜମାରୁ ଛୁଅଁନ୍ତୁନି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.