୨୪ ଘଣ୍ଟାରେ ୧ ହଜାର ୯୩୦ ପଜିଟିଭ୍ ଚିହ୍ନଟ, ୬୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ୩ ପ୍ରତିଶତରେ ଦୈନିକ ସଂକ୍ରମଣ। ଆଜି ପଜିଟିଭିଟି ରେଟ୍‌ ରହିଛି ୩.୦୯ ପ୍ରତିଶତ। ଯାହାକି ଗତକାଲି ଥିଲା୨.୭୩ ପ୍ରତିଶତ। ଗତ ୨୪ ଘଣ୍ଟାରେ ୧ ହଜାର ୯୩୦ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଉ ୬୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ୨୪ ଘଣ୍ଟାରେ ୬୨ ହଜାର ୪୧୦ ଟେଷ୍ଟିଂ ହୋଇଥିଲା ।
ଟପ୍‌ ୫ ଜିଲ୍ଲାରେ ରହିଛି ଖୋର୍ଦ୍ଧା, କଟକ, ବାଲେଶ୍ୱର, ଯାଜପୁର ଓ କେନ୍ଦ୍ରାପଡା । ଖୋର୍ଦ୍ଧାରୁ ସର୍ବାଧିକ ୪୩୧ପଜିଟିଭ୍‌ ବାହାରିଛନ୍ତି । କଟକରୁ ୨୨୦, ବାଲେଶ୍ୱରରୁ ୧୩୪, ଯାଜପୁରରୁ ୧୨୫ ଓ କେନ୍ଦ୍ରାପଡାରୁ ୧୨୩ ରହିଛି କରୋନା କେସ୍‌। କେବଳ ଏହି ୫ ଜିଲ୍ଲାରୁ ୧ ହଜାର ୩୩ ସଂକ୍ରମିତ ହୋଇଛନ୍ତି । ୨୫ ଜିଲ୍ଲାରେ ୧୦୦ ତଳେ ରହିଛି ଦୈନିକ ସଂକ୍ରମଣ। ରାଜ୍ୟରେ ଆକ୍ଟିଭ୍‌ କେସ୍‌ ରହିଛି ୨୩ ହଜାର ୪୯୨ । ରାଜ୍ୟରେ ୨୩ ଜିଲ୍ଲା ଗ୍ରୀନ୍‌ ଜୋନ୍‌ରେ ରହିଛି । ୨ ଜିଲ୍ଲା ରେଡ ଜୋନ୍‌ରେ ଥିବାବେଳେ ୫ ଜିଲ୍ଲା ୟେଲୋ ଜୋନରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.