୧୬ ନମ୍ବର ଜାତୀୟ ରାଜପଥରେ ଗୋଟିଏ ରାତିରେ ୨ ଟି ଦୁର୍ଘଟଣା, ୨ ମୃତ

କଟକ(କେନ୍ଯୁଜ୍): ଗୋଟିଏ ରାତିରେ ୨ ଟି ଦୁର୍ଘଟଣା । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ୧୬ ନମ୍ବର ଜାତୀୟ ରାଜପଥର ବାଲିକୁଦା ଛକ ଓ ପ୍ରତାପନଗରୀରେ ଗତକାଲି ରାତିରେ ଘଟିଛି ୨ଟି ଦୁର୍ଘଟଣା । ବାଲିକୁଦା ଛକରେ ଗତକାଲି ସନ୍ଧ୍ୟାରେ ଜଣେ ଗ୍ୟାରେଜ ମିସ୍ତ୍ରୀଙ୍କୁ ଏକ ଟ୍ରକ ଚାପି ଦେଇଥିଲା । ମୃତକ ତ୍ରେଲୋକ୍ୟ ବେହେରା । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ । ଦୀର୍ଘ ୩ଘଣ୍ଟା ପର୍ଯ୍ୟନ୍ତ ଯାତାୟତ ଠପ୍‌ ହୋଇଯାଇଥିଲା । ରାଜପଥରେ ନିର୍ମାଣଧୀନ ଓଭରବ୍ରିଜର ଧିମା କାମ ଓ ଗୋପାଳପୁର ନିକଟରେ ବର୍ଷା ପାଣି ଜମି ରହୁଥିବାରୁ ଦୁର୍ଘଟଣା ଘଟୁଥିବା ଲୋକେ ଅଭିଯୋଗ କରିଛନ୍ତି ।

ଦାବି ସମ୍ପର୍କରେ ଆଜି ଆଲୋଚନା ହେବା ନେଇ ବରିଷ୍ଠ ପୋଲିସ ଅଧିକାରୀ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା । ଗାଡି ଚଳାଚଳ ସ୍ୱାଭାବିକ ହେବାର କିଛି ସମୟ ମଧ୍ୟରେ ଅନ୍ୟ ଏକ ଦୁର୍ଘଟଣାରେ ଆନ୍ଦ୍ର ଟ୍ରକ ଡ୍ରାଇଭର ମୃତ । ଭୁବନେଶ୍ୱର ପଟୁ ଆସୁଥିବା ଏକ କେରଳ ଟ୍ରକ ପଛରେ ଆନ୍ଧ୍ରା ଟ୍ରକ ଧକ୍କା ଦେଇ ଟ୍ରକ ଭିତରେ ଚାପି ହୋଇ ତାଙ୍କର ମୃତ୍ୟୁ ହୋଇଥିଲା । ବାରଙ୍ଗ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.