କେନ୍ଦୁଝର ଜୁଡ଼ିଆ ବାଇପାସ ନିକଟରୁ ଗୋରୁ ବୋଝେଇ କଣ୍ଟେନର ଜବତ, ପୋଲିସ୍ ଉପରକୁ ଗୁଳି ଚଳାଇ ମାଫିଆ ଫେରାର୍

କେନ୍ଦୁଝର(କେନ୍ୟୁଜ୍): ଗୋରୁ ବୋଝେଇ କଣ୍ଟେନର ଜବତ । କେନ୍ଦୁଝର ଜୁଡ଼ିଆ ବାଇପାସ ନିକଟରୁ ଗୋରୁ ବୋଝେଇ ଦୁଇ କଣ୍ଟେନର ଜବତ କରିଛି STF ଟିମ୍‌ । କେନ୍ଦୁଝର ଜିଲ୍ଲା ଦେଇ ସଂଖ୍ୟାଧିକ ବେଆଇନ ଗୋରୁ ଚାଲାଣ ଖବର ପାଇ ଭୁବନେଶ୍ୱରରୁ STF ଟିମ ଟାଉନ ଥାନା ପୋଲିସ ସହଯୋଗରେ ଚଢ଼ାଉ କରିଥିଲା । STF ଟିମ୍‌ରେ ଜଣେ ଡ଼ିଏସପି ,୩ଜଣ ଇନସ୍ପେକ୍ଟରଙ୍କ ସମେତ ୧୫ଜଣ ପୋଲିସ ସାମିଲ ଥିଲେ । ଚଢ଼ାଉ ବେଳେ ୨ଟି ଗାଡ଼ି ଜବତ କରିବା ସହ ଦୁଇଜଣ ଗାଡି ଚାଳକଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛନ୍ତି ।

ଗାଡି ଅଟକ ସମୟରେ ୫ଟି ଗୋରୁ ବୋଝେଇ କଣ୍ଟେନରକୁ ସୁରକ୍ଷା ଦେଉଥିବା ମାଫିଆ ମାନେ ଗାଡ଼ିରୁ ପୋଲିସଙ୍କ ଉପରେ ଗୁଳି ଚାଳନା କରରିଥିଲେ । ୨ଟି ଗାଡି ଜବତ କରିବାରେ ପୋଲିସ ସକ୍ଷମ ହୋଇଥିବା ବେଳେ ଅନ୍ୟ ତିନୋଟି ଗାଡି ଖସି ପଳାଇଥିଲେ । ସ୍ଥାନୀୟ ଲୋକ ଗୁଳି ଚାଳନା ନେଇ ସୂଚନା ଦେଇଥିବା ବେଳେ ପୋଲିସ ଏ ସମ୍ପର୍କରେ କିଛି କହିବାକୁ ମନାକରିଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.