ଆଧାରକାର୍ଡଧାରୀଙ୍କ ପାଇଁ ସରକାର ଜାରି କଲେ ବଡ ଆଦେଶ, କୋଟି କୋଟି ଲୋକଙ୍କ ଉପରେ ପଡିବ ପ୍ରଭାବ

ଆଧାର କାର୍ଡଧାରକଙ୍କ ପାଇଁ ବଡ ଖବର। ଯଦି ଆପଣ ମଧ୍ୟ ଆଧାର କାର୍ଡ ବ୍ୟବହାର କରୁଛନ୍ତି ତାହେଲେ ସରକାରଙ୍କ ତରଫରୁ ନୂଆ ଆଦେଶ ଜାରି କରାଯାଇଛି। ଯଦି ଆପଣ ସରକାରଙ୍କର ଏହି ନୂଆ ଆଦେଶକୁ ପାଳନ କରିବେନି ତ ଆପଣଙ୍କର ହିଁ ବଡ କ୍ଷତି ହେବ। ତାସହିତ ଆଧାର ଅପଡେଟ୍ କରିବା ପରେ ଯଦି କେହି ବି ଆପଣଙ୍କୁ ଚାର୍ଜ ମାଗନ୍ତି ତାହେଲେ ଏଥିପାଇଁ ଏକ ନମ୍ବର ଜାରି କରାଯାଇଛି।
ୟୁଆଇଡିଏଆଇ ଟ୍ଵିଟ୍ ଜାରି କରି କହିଛି ଯେ ଯଦି କେହି ବି ଏଜେନ୍ସୀ ଆଧାରରେ ଅପଡେଟ କରିବା ପାଇଁ ଏକ୍ସଟ୍ରା ଚାର୍ଜ ନିଅନ୍ତି ତାହେଲେ ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେଇପାରିବେ। ଏହାବ୍ୟତୀତ ଆପଣ ଏଥପାଇଁ ୧୯୪୭ରେ କଲ୍ କରି ଏହା ବାବଦରେ ଅଭିଯୋଗ କରିପାରିବେ।
ଆଧାର ଏକ ଜରୁରୀ ଡକ୍ୟୁମେଣ୍ଟ, ଏଥିପାଇଁ ଆପଣଙ୍କୁ ନିଜର ସମସ୍ତ ଜରୁରୀ ଡକ୍ୟୁମେଣ୍ଟ ଏବଂ ବ୍ୟାଙ୍କରେ ଏହାକୁ ଲିଙ୍କ୍ କରାଇ ରଖିବା ଉଚିତ। ଯେମିତି କୌଣସି ପ୍ରକାର ସମସ୍ୟା ନହେବ। ଇନକମ୍ ଟ୍ୟାକ୍ସ ବିଭାଗ ପକ୍ଷରୁ ଏହାକୁ ନେଇ ଟ୍ଵିଟ୍ ବି କରାଯାଇଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପାନକୁ ଆଧାର ସହ ଲିଙ୍କ୍ କରିବାର ତାରିଖ ପୂର୍ବରୁ ଅନେକ ଥର ବୃଦ୍ଧି ହୋଇସାରିଛି। ଏଥର ସରକାର ଏହାକୁ ଆଗକୁ ବଢ଼ାଇବା ପକ୍ଷରେ ନାହାଁନ୍ତି। ତେଣୁ ଯେତେ ଶିଘ୍ର ଆପଣଙ୍କୁ ଜଲଦି ରୁ ଜଲଦି ଆଧାର ଏବଂ ପାନକୁ ଲିଙ୍କ୍ କରାଇବା ଉଚିତ। ସିବିଡିଟି ପକ୍ଷରୁ ମଧ୍ୟ ଏହାକୁ ନେଇ ଅନେକ ଥର ଆଲର୍ଟ ଜାରି କରାଯାଇସାରିଛି।
#BaalAadhaar#AadhaarEnrolment & #MandatoryBiometricUpdates are FREE OF COST
UIDAI is strictly against any agency accepting extra money from residents for Aadhaar services.
If you’re asked to pay extra, please call 1947 or email us at [email protected] to register your complaint. pic.twitter.com/7QCOgMjbKT— Aadhaar (@UIDAI) December 6, 2022
ସିବିଡିଟ ଜଣାଇଛି ୩୦ ଜୁନ ପରେ ମଧ୍ୟ ଯଦି ଆପଣଙ୍କ ଆଧାର ପାନ ସହ ଲିଙ୍କ୍ ହେଉନାହିଁ ତାହେଲେ ଆପଣଙ୍କୁ ୧୦୦୦ ଟଙ୍କା ଜରିମାନା ଲାଗିବ। ଏହାସହିତ ସରକାର ଏହା ମଧ୍ୟ କହିଛନ୍ତି ପରେ ହେଲେ ବିଳମ୍ବ ଶୁଳ୍କ ଲଗାଇ ମଧ୍ୟ ଆପଣ ନିଜ ପାନକୁ ଆଧାର ସହ ଲିଙ୍କ୍ କରିପାରିବେନାହିଁ। ଏହି ଭଳି କୌଣସି ବି ଅଫର୍ କାହାକୁ ବି ଦିଆଯିବନାହିଁ। ତେଣୁ ଜଲଦି କରାଇନିଅନ୍ତୁ।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆପଣ ବର୍ତ୍ତମାନ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ନିଜର ପାନକୁ ଆଧାର ସହ ଲିଙ୍କ୍ କରାଇପାରିବେ। ଯିଏ ବି ଏହି ଦୁଇ ଡକ୍ୟୁମେଣ୍ଟକୁ ଲିଙ୍କ୍ କରାଇନାହାଁନ୍ତି ସେହି ଲୋକଙ୍କର ପାନ କାର୍ଡ ମଧ୍ୟ ବେକାର ଯିବ। ଏହାପରେ ପାନ୍ କାର୍ଡଧାରକ ବ୍ୟାଙ୍କରେ ଖାତା ଖୋଲିବା ଠାରୁ ନେଇ କୌଣସି ବି ପ୍ରକାର ଫାଇନାନ୍ସିଆଲ ଟ୍ରାନଜାକସନ୍ କରିପାରିବେନାହିଁ। ଏଥିସହ ଆପଣ ଇନଭ୍ୟାଲିଡ ପାନ କାର୍ଡକୁ କେଉଁଠି ବି ବ୍ୟବହାର କରିପାରିବେନାହିଁ। ଆପଣଙ୍କ ଉପରେ ଆୟକର ବିଭାଗ ଅଧିନିୟମ୧୯୬୧ ଧାରା ୨୭୨ ବି ଅନୁଯାୟୀ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ମଧ୍ୟ ଲାଗିପାରେ।