ସମ୍ବଲପୁର: ନାଳରେ ଭାସିଗଲା କାର୍, ୨ ଜଣଙ୍କ ମୃତଦେହ ଉଦ୍ଧାର

କୁଚିଣ୍ଡା(କେନ୍ୟୁଜ୍):  ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ନକଟିପାଲି ନାଳାରେ ଗତକାଲି ସନ୍ଧ୍ୟାରେ ଏକ କାର ପାରି ହେଉଥିବାବେଳେ ପାଣି ସ୍ରୋତରେ  ଭାସିଯାଇଥିଲା। ରାତିସାରା ଅଗ୍ନିଶମ ବିଭାଗ,ପୋଲିସ ଖୋଜାଖୋଜି କରିବା ପରେ ଆଜି ସକାଳୁ ପାଣି ଭିତରେ ଥିବା କାରଭିତରୁ ଦୁଇଜଣଙ୍କର ମୃତଦେହ ଉଦ୍ଧାର କରିଛନ୍ତି।ମୃତକ ହେଲେ ଗୁଣ୍ଡୁରୁଚୁଆଁ ଗ୍ରାମର ତାପସ ନାଏକ ଏବଂ ପ୍ରତାପ ପଟେଲ। ଉଭୟ ଶଳା ଭିଣୋଇ ହୋଇଥିବା ସୂଚନା। ଘଟଣାସ୍ଥଳରେ କୁଚିଣ୍ଡା ପୋଲିସ, ଅଗ୍ନିଶମ ବିଭାଗ, ପ୍ରଶାସନ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ  କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.