୨ ବାଇକ୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ୨ ମୃତ

ଦୁଇ ବାଇକ ମୁହାଁମୁହିଁ ଧକ୍କା । ୨ ମୃତ, ଜଣେ ଗୁରୁତର । କୋରାପୁଟ ଜିଲ୍ଲା କାକିରିଗୁମା ଥାନା ପଞ୍ଚଡା ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ୩୨୬ ନଂ ଜାତୀୟ ରାଜପଥର ଚୌଧୁରୀ କ୍ରସର ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି ।

କୋରାପୁଟ (କେନ୍ୟୁଜ୍‌) : ଦୁଇ ବାଇକ ମୁହାଁମୁହିଁ ଧକ୍କା । ୨ ମୃତ, ଜଣେ ଗୁରୁତର । କୋରାପୁଟ ଜିଲ୍ଲା କାକିରିଗୁମା ଥାନା ପଞ୍ଚଡା ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ୩୨୬ ନଂ ଜାତୀୟ ରାଜପଥର ଚୌଧୁରୀ କ୍ରସର ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି । କୋରାପୁଟ ଆଡ଼କୁ ଯାଉଥିବା ଓ କାକିରିଗୁମ୍ମା ପଟକୁ ଯାଉଖିବା ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁଇ ବାଇକ ଏତେ ଜୋରରେ ପିଟି ହୋଇଥିଲେ ଯେ, ବାଇକରୁ ଛିଟିକି ପଡ଼ି ଦୁଇ ଜଣକ ମୃତ୍ୟୁବରଣ କରିଥିଲେ। ଏଥିରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣଙ୍କୁ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସରେ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଛନ୍ତି । ଉଭୟ ମୋଟର ସାଇକେଲ ଚାଳକଙ୍କର ପରିଚୟ ଜଣା ପଡିନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.