Below header

ପତ୍ନୀ ନିର୍ଯାତନାର ଶିକାର ହେଲେ ସେଲିବ୍ରିଟି ଶେଫ୍‌ କୁନାଲ କପୁର, ବିବାହର ୧୬ ବର୍ଷ ପରେ ହେଲା ଛାଡ଼ପତ୍ର

ସେଲିବ୍ରିଟି ଶେଫ୍‌ କୁନାଲ କପୁରଙ୍କୁ ନେଇ ଆସିଛି ଏକ ବଡ଼ ଖବର । ପତ୍ନୀଙ୍କୁ ଛାଡପତ୍ର ଦେବା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କଠାରୁ ତାଙ୍କୁ ଅନୁମତି ମିଳିଛି ।

ସେଲିବ୍ରିଟି ଶେଫ୍‌ କୁନାଲ କପୁରଙ୍କୁ ନେଇ ଆସିଛି ଏକ ବଡ଼ ଖବର । ପତ୍ନୀଙ୍କୁ ଛାଡପତ୍ର ଦେବା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କଠାରୁ ତାଙ୍କୁ ଅନୁମତି ମିଳିଛି । ପତ୍ନୀଙ୍କ ବ୍ୟବହାର ତାଙ୍କ ପ୍ରତି ସହାନୁଭୂତିଶୀଳ ନୁହଁ ବୋଲି କୋର୍ଟ କହିଛନ୍ତି । ପରିବାର କୋର୍ଟରେ କୁନାଲଙ୍କ ଛାଡପତ୍ର ଆବେଦନ ପ୍ରତ୍ୟାଖ୍ୟାନ କରାଯାଇଥିଲା । ଏହାପରେ ସେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

କୁନାଲ କପୁର ୨୦୦୮ରେ ଏକତା କପୁର ନାମ୍ନୀ ମହିଳାଙ୍କୁ ବିବାହ କରିଥିଲେ । ବିବାହର ଚାରି ବର୍ଷ ପରେ ଅର୍ଥାତ୍‌ ୨୦୧୨ରେ ସେମାନେ ଏକ ପୁତ୍ର ସନ୍ତାନର ମାଆବାପା ହୋଇଥିଲେ । ହେଲେ ବିବାହର କିଛି ବର୍ଷ ପରେ ଦମ୍ପତିଙ୍କ ସମ୍ପର୍କ ବିଗିଡ଼ିବା ଆରମ୍ଭ କରିଥିଲା ।

ଶେଫ୍‌ କୁନାଲ ନିଜ ପିଟିସନରେ ପତ୍ନୀଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣି କହିଛନ୍ତି ଯେ ତାଙ୍କ ପତ୍ନୀ କେବେ ବି ତାଙ୍କ ମାଆବାପାଙ୍କୁ ସମ୍ମାନ କରନ୍ତି ନାହିଁ । ସେ ସବୁବେଳେ ତାଙ୍କୁ ଅପମାନିତ କରିଆସିଛନ୍ତି । କୁନାଲଙ୍କ କହିବା ହେଲା, ତାଙ୍କ ପତ୍ନୀ ତାଙ୍କୁ ଏବଂ ତାଙ୍କ ପରିବାରକୁ ସବୁବେଳେ ହଇରାଣ କରିଆସିଛନ୍ତି ।

ଅନ୍ୟପକ୍ଷରେ ଏକତା କହିଛନ୍ତି ଯେ ସେ ସର୍ବଦା ଜଣେ ପତ୍ନୀର ଦାୟିତ୍ୱ ତୁଲାଇଛନ୍ତି । ସେ ସବୁବେଳେ ତାଙ୍କ ସ୍ୱାମୀ ଏବଂ ପରିବାର ପ୍ରତି ବିଶ୍ୱସ୍ତ ରହିଆସିଛନ୍ତି । ତାଙ୍କ କହିବା ହେଲା, କୁନାଲ ତାଙ୍କୁ ଅନ୍ଧାରରେ ରଖି ଛାଡପତ୍ର ପାଇଁ ମିଥ୍ୟା କାହାଣୀ ଗଢ଼ିଛନ୍ତି ।

କୋର୍ଟ କହିଛନ୍ତି ଯେ ଶେଫ୍‌ଙ୍କ ବିରୋଧରେ କୌଣସି ବି ପ୍ରମାଣ ସତ ପ୍ରମାଣିତ ହୋଇପାରି ନାହିଁ । ମିଥ୍ୟା ଅଭିଯୋଗ ମାଧ୍ୟମରେ ତାଙ୍କର ପବ୍ଲିକ୍‌ ଇମେଜ୍‌କୁ ଖରାପ କରିବାକୁ ଚେଷ୍ଟା କରାଯାଇଛି । ଏହା ପ୍ରକୃତରେ କ୍ରୁରତା । କୋର୍ଟ ଶେଫ୍‌ଙ୍କ ସପକ୍ଷରେ ନିଷ୍ପତ୍ତି ଶୁଣାଇଛନ୍ତି । କହି ରଖୁଛୁ, ଶେଫ୍‌ କୁନାଲ କପୁରଙ୍କୁ ୪୪ ବର୍ଷ ବୟସ । ସେ ଦିଲ୍ଲୀର ବାସିନ୍ଦା । ପିଲାଟିବେଳୁ ହିଁ ତାଙ୍କୁ ଖାଦ୍ୟପେୟ ପ୍ରତି ସଉକ ରହି ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.