ଆସ୍ଥମା ରୋଗୀ ଗ୍ରୀଷ୍ମ ଋତୁରେ ଏପରି ନିଅନ୍ତୁ ନିଜର ଯତ୍ନ, ନଚେତ ହୋଇପାରେ ବଡ଼ ସମସ୍ୟା

ଯେଉଁମାନଙ୍କର ଶ୍ୱାସକ୍ରିୟା, ଆସ୍ଥମା ଏବଂ ଫୁସଫୁସ ସମ୍ବନ୍ଧୀୟ ରୋଗ ଥାଏ, ସେମାନେ ଶୀତ, ଗ୍ରୀଷ୍ମ କିମ୍ବା ପରିବର୍ତ୍ତନ ହେଉଥିବା ବିଭିନ୍ନ ଋତୁରେ ବିଶେଷ ଯତ୍ନ ନେବା ଆବଶ୍ୟକ କରନ୍ତି । କାରଣ ଏହିପରି ଲୋକଙ୍କ ପାଇଁ ପାଗ ପରିବର୍ତ୍ତନ ହେଲେ ଶାରୀରିକ ସମସ୍ୟା ଆରମ୍ଭ ହୋଇଯାଏ । ଏପରି ପରିସ୍ଥିତିରେ ଆପଣଙ୍କର ଖାଦ୍ୟ ଏବଂ ଲାଇଫ୍‌ଷ୍ଟାଇଲ ପ୍ରତି ବିଶେଷ ଯତ୍ନ ନେବା ଅତ୍ୟନ୍ତ ଜରୁରୀ ହୋଇଥାଏ ।

ପ୍ରତ୍ୟେକ ଋତୁରେ ସ୍ୱାସ୍ଥ୍ୟରେ ଭିନ୍ନ ଭିନ୍ନ ସମସ୍ୟା ଦେଖା ଦେଇଥାଏ । ବିଶେଷକରି ସେହି ଲୋକଙ୍କ ପାଇଁ ଯେଉଁମାନଙ୍କର ଶ୍ୱାସକ୍ରିୟା, ଆସ୍ଥମା ଏବଂ ଫୁସଫୁସ ସମ୍ବନ୍ଧୀୟ ରୋଗ ଥାଏ, ସେମାନେ ଶୀତ, ଗ୍ରୀଷ୍ମ କିମ୍ବା ପରିବର୍ତ୍ତନ ହେଉଥିବା ବିଭିନ୍ନ ଋତୁରେ ବିଶେଷ ଯତ୍ନ ନେବା ଆବଶ୍ୟକ କରନ୍ତି । କାରଣ ଏହିପରି ଲୋକଙ୍କ ପାଇଁ ପାଗ ପରିବର୍ତ୍ତନ ହେଲେ ଶାରୀରିକ ସମସ୍ୟା ଆରମ୍ଭ ହୋଇଯାଏ । ଏପରି ପରିସ୍ଥିତିରେ ଆପଣଙ୍କର ଖାଦ୍ୟ ଏବଂ ଲାଇଫ୍‌ଷ୍ଟାଇଲ ପ୍ରତି ବିଶେଷ ଯତ୍ନ ନେବା ଅତ୍ୟନ୍ତ ଜରୁରୀ ହୋଇଥାଏ । ତେବେ ଆସନ୍ତୁ ଆମେ ଆଜି ଏହି ବିଷୟରେ କିଛି ବିଶେଷ କଥା ଜାଣିବା ।

ଆପଣମାନେ ତ ଜାଣିଥିବେ ଯେ ବର୍ତ୍ତମାନ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଯାଇଛି । ତେବେ ଏହି ସମୟରେ ମଧ୍ୟ ଆସ୍ଥମା ରୋଗ ସୃଷ୍ଟି ହୋଇପାରେ । ଆସ୍ଥମା ରୋଗୀଙ୍କୁ ବହୁତ ଅସୁବିଧା ହୋଇପାରେ, ଯେପରି କାଶ, ଛାତି ଟାଣିବା ଭଳି ଅସୁବିଧା ଆରମ୍ଭ ହୋଇଯାଏ । ତାପମାତ୍ରା ବଢିବା ଦ୍ୱାରା ଆସ୍ଥମା ରୋଗୀଙ୍କ ସ୍ୱାସ୍ଥ୍ୟ ଆହୁରି ଖରାପ ହୋଇପାରେ । ତେଣୁ ଗ୍ରୀଷ୍ମ ଆରମ୍ଭରୁ ଆସ୍ଥମାକୁ ନିୟନ୍ତ୍ରଣ କରିବା ବହୁତ ଜରୁରୀ ହୋଇଥାଏ । ଏହି ସମୟରେ ଆସ୍ଥମା ରୋଗୀମାନେ ନିଜର ଅଧିକ ଯତ୍ନ ନେବା ଉଚିତ ।

ଅତ୍ୟଧିକ ଖରାରେ ବାହାରକୁ ଯାଆନ୍ତୁ ନାହିଁ :
ଅତ୍ୟଧିକ ଖରା ସମୟରେ ଆସ୍ଥମା ରୋଗୀ ବାହାରକୁ ଯିବା ଉଚିତ୍ ନୁହେଁ । ଅତ୍ୟଧିକ ଖରା ଆସ୍ଥମା ରୋଗୀର ଲକ୍ଷଣ ବଢାଇପାରେ । ଏହା ସହ ଧୂଳି ଏବଂ ମଇଳା ଯୋଗୁଁ ସେମାନେ ମଧ୍ୟ ଏହି ଆକ୍ରମଣର ଶିକାର ହୋଇପାରନ୍ତି । ଏହା ବ୍ୟତୀତ ଆଲର୍ଜି ଏବଂ ସଂକ୍ରମଣର ଆଶଙ୍କା ମଧ୍ୟ ବଢିପାରେ । ଯଦି ଆପଣଙ୍କୁ ବାହାରକୁ ଯିବା ଜରୁରୀ ବୋଲି ଅନୁଭବ କରୁଛନ୍ତି, ତେବେ ନାକ ଏବଂ ପାଟିରେ ଏକ କପଡା ବାନ୍ଧି ବାହାରକୁ ଯାଆନ୍ତୁ ।

ଅତ୍ୟଧିକ ଗରମ ହେଲେ ବ୍ୟାୟାମ କରନ୍ତୁ ନାହିଁ :
ଯେତେବେଳେ ତାପମାତ୍ରା ବଢିଯାଏ, ଏହା ଶରୀର ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ଅତ୍ୟଧିକ ଖରାରେ ବ୍ୟାୟାମ କରିବା ଦ୍ୱାରା ଆସ୍ଥମା ରୋଗୀଙ୍କ ଶରୀରରେ ଡିହାଇଡ୍ରେସନ୍ ହୋଇପାରେ । ଏହା ବ୍ୟତୀତ ସେମାନେ ନିଶ୍ୱାସ ପ୍ରଶ୍ୱାସ ନେବାରେ ବହୁତ ଅସୁବିଧାର ସାମ୍ନା କରିପାରନ୍ତି ।

ପ୍ରଚୁର ପରିମାଣରେ ପାଣି ପିଅନ୍ତୁ :
ଗ୍ରୀଷ୍ମ ଋତୁରେ ଶରୀରରେ ପାଣିର ଅଭାବ ରହିବା ଉଚିତ୍ ନୁହେଁ । ତେଣୁ ପ୍ରଚୁର ପରିମାଣରେ ପାଣି ପିଇବା ଜରୁରୀ ହୋଇଥାଏ । ଏହି ସମୟରେ ଆପଣ ଅଧିକ ପରିମାଣର ପାଣି ପିଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ ଜଣେ ଆସ୍ଥମା ରୋଗୀ ଯଥାସମ୍ଭବ ପାଣି ପିଇବା ଉଚିତ୍ । ବିଶେଷକରି ଥଣ୍ଡା ଜିନିଷରୁ ଦୂରେଇ ରୁହନ୍ତୁ କାରଣ ଏହା ଅଧିକ ସ୍ୱାସ୍ଥ୍ୟ ଖରାପ କରିପାରେ ।

ଆସ୍ଥମା ରୋଗୀମାନେ ଗ୍ରୀଷ୍ମ ଋତୁରେ ଏହି ଜିନିଷଗୁଡ଼ିକର ବିଶେଷ ଯତ୍ନ ନେବା ଉଚିତ୍ :

ଗ୍ରୀଷ୍ମ ସମୟରେ ଆସ୍ଥମା ରୋଗୀମାନେ ଯେତେବେଳେ ବାହାରକୁ ଯାଆନ୍ତି N95 ମାସ୍କ ପିନ୍ଧିବା ଉଚିତ୍ । ଯେପରି ଧୂଳି ଏବଂ ମାଟି ଯୋଗୁ ସେମାନଙ୍କୁ କୌଣସି ପ୍ରକାରର ଅସୁବିଧାର ସାମ୍ନା କରିବାକୁ ପଡିବ ନାହିଁ । ମଦ୍ୟପାନ କରନ୍ତୁ ନାହିଁ । ଏହା ସହ ସିଗାରେଟ୍ ଠାରୁ ମଧ୍ୟ ଦୂରରେ ରୁହନ୍ତୁ, କାରଣ ଧୂଆଁ ଆପଣଙ୍କ ସମସ୍ୟା ବଢାଇପାରେ । ବାହାରେ ବ୍ୟାୟାମ କରନ୍ତୁ ନାହିଁ, ବରଂ ରୁମ୍‌ ଭିତର ବ୍ୟାୟାମ କରିବା ଲାଭଦାୟକ ହୋଇଥାଏ । କିନ୍ତୁ ବ୍ୟାୟାମ ବହୁତ କମ୍‌ କରିବା ଉଚିତ । ନିଜ ସହିତ ଔଷଧ ଏବଂ ଇନହେଲର୍ସ ସଠିକ୍ ଭାବରେ ରଖନ୍ତୁ । ଛାତିରେ କଫ ଜମା ନହେବା ପାଇଁ ଦିନକୁ ଦୁଇଥର ବାଷ୍ପ ନିଅନ୍ତୁ । ଟେନସନ ଆପଣଙ୍କ ସମସ୍ୟାକୁ ବଢାଇପାରେ, ତେଣୁ ଷ୍ଟ୍ରେସ୍‌ ଏବଂ ଟେନସନ ଠାରୁ ଦୂରରେ ରୁହନ୍ତୁ । ଏପରି ଭାବେ ଆପଣ ଖରା ସମୟରେ ନିଜର ଯତ୍ନ ନେଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.