ନୟାଗଡ଼ ଜିଲ୍ଲାରେ କାଳବୈଶାଖୀ ବେଳେ ଗଛ ପଡ଼ି ୨ ମୃତ

ନୟାଗଡ଼ ଜିଲ୍ଲାରେ କାଳବୈଶାଖୀ ବେଳେ ଗଛ ପଡ଼ି ୨ ମୃତ। ଜିଲ୍ଲାର ଦୁଇଟି ଦୁଇଟି ପୃଥକ ସ୍ଥାନରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଖଣ୍ଡପଡ଼ା ଓ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖଣ୍ଡପଡା-ଖଳିସାହି ରାସ୍ତାର ଅଁଳାପଟା ଠାରେ ୪ଜଣ ମହିଳାଙ୍କୁ ନେଇ ଏକ ଅଟୋ ଯାଉଥିବା ବେଳେ ଏକ ଜାମୁ ଡାଳ ଭାଙ୍ଗି ଅଟୋ ଉପରେ ପଡିଯାଇଥିଲା।

ନୟାଗଡ଼ (କେନ୍ୟୁଜ):  ନୟାଗଡ଼ ଜିଲ୍ଲାରେ କାଳବୈଶାଖୀ ବେଳେ ଗଛ ପଡ଼ି ୨ ମୃତ। ଜିଲ୍ଲାର ଦୁଇଟି ଦୁଇଟି ପୃଥକ ସ୍ଥାନରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଖଣ୍ଡପଡ଼ା ଓ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖଣ୍ଡପଡା-ଖଳିସାହି ରାସ୍ତାର ଅଁଳାପଟା ଠାରେ ୪ଜଣ ମହିଳାଙ୍କୁ ନେଇ ଏକ ଅଟୋ ଯାଉଥିବା ବେଳେ ଏକ ଜାମୁ ଡାଳ ଭାଙ୍ଗି ଅଟୋ ଉପରେ ପଡିଯାଇଥିଲା।

ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ଜଣ ଆହତ ହୋଇଥିଲେ। ସେହିପରି ଗଣିଆ ଥାନା କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଗଛ ଡ଼ାଳ ଭାଙ୍ଗି ଜଣେ ଆଇସକ୍ରିମ ବେପାରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ମୃତକ ଜଣକ ହେଲେ ଖଣ୍ଡପଡ଼ା ଥାନା ମାଧବେରିଣୀ ଗାଁର ପଦ୍ମନାଭ ଖଟୁଆ। ଆଇସ୍କ୍ରିମ ବେପାର ସାରି ଘରକୁ ଫେରୁଥିବା ବେଳେ ଆମ୍ବ ଗଛଡ଼ାଳ ଭାଙ୍ଗି ଯାଇ ପଦ୍ମନାଭଙ୍କ ମୁଣ୍ଡରେ ପଡ଼ି ଯାଇଥିଲା। ସ୍ଥାନୀୟଲୋକେ ତାଙ୍କୁ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।