Below header

ସଇଁନ୍ତଲା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

ସଇଁନ୍ତଲା ଥାନା କୁସମଖାଲ ଛକ ଜାତୀୟ ରାଜପଥ ୨୬ ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି l ଦ୍ରୁତ ଗତିରେ ଆସୁଥିବା ଇନୋଭା ଗାଡି  ଭରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା l

ଟିଟିଲାଗଡ : ସଇଁନ୍ତଲା ଥାନା କୁସମଖାଲ ଛକ ଜାତୀୟ ରାଜପଥ ୨୬ ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି l ଦ୍ରୁତ ଗତିରେ ଆସୁଥିବା ଇନୋଭା ଗାଡି  ଭରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା l ଫଳରେ ଘଟଣା ସ୍ଥଳରେ ଜଣେ ମହିଳା ଓ ଜଣେ ପୁରୁଷ ମୃତ ହୋଇ ଥିବା ବେଳେ ୨ ଜଣ  ଯୁବକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି l

ଗୁରୁତର ଅବସ୍ଥାରେ ଜଣକୁ ସଇଁନ୍ତଲା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଆଉ ଜଣଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି l ମୃତ ବ୍ୟକ୍ତିମାନେ କଲାହାଣ୍ଡି ଜିଲ୍ଲା ରୁଫ୍ରାଡ ଅଂଚଳର ବୋଲି ଜଣାପଡିଛି l ତେବେ ମୃତ ଓ ଗୁରୁତର ବ୍ୟକ୍ତିଙ୍କ ପରିଚୟ ମିଳିନ ଥିବା ବେଳେ ମୃତ ମହିଳା ଓ ପୁରୁଷଙ୍କ ଶବକୁ ଜବତ କରି ସଇଁତଳା ପୋଲିସ  ତଦନ୍ତ ଜାରି ରଖିଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.