ଛତୁର ଓଜନ ୧୦ କିଲୋ, ଚଉଡ଼ା ୨ ଫୁଟ, ଗଞ୍ଜାମ ଜିଲ୍ଲା ସୋରଡ଼ା ରତ୍ନପୁରରେ ଫୁଟିଛି ଏପରି ଛତୁ

୧୦ କିଲୋ ଓଜନ ୨ ଫୁଟ ଚଉଡ଼ା ଥିବା ଏକ ଛତୁ ଫୁଟିଛି । ଛତୁର ରଙ୍ଗ ରହିଛି ଧଳା । ଛତୁଟି ଦେଖିବାକୁ ପାଖାପାଖି ପାଲଛତୁ ପରି ଦେଖା ଯାଉଛି । ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ରତ୍ନପୁର ଗାଁରୁ ଏପରି ଏକ ଛତୁର ଚିତ୍ର ଆସିଛି ।

ସରୋଡ଼ା(କେନ୍ୟୁଜ୍):  ଛତୁ ଖାଇବାକୁ ପ୍ରାୟ ଲୋକ ପସନ୍ଦ କରିଥାନ୍ତି । ବିଶେଷ କରି ବର୍ଷାର ଆରମ୍ଭରେ ଛତୁ ଫୁଟିଥାଏ । ବଜାରରେ ପାଲଠୁ ଆରମ୍ଭ କରି ବଟମ, ଧିଙ୍ଗିଡ଼ି ଛତୁର ବେଶ ଚାହିଦା ରହିଛି । ଏହାସହ ଆହୁରି ଅନେକ ପ୍ରକାରର ବିଭିନ୍ନ ଛତୁ ରହିଛି । ବାଲିଆ ଜାଗାରେ ଛୋଟ ଛୋଟ ବାଲି ଛତୁ ଫୁଟିଥାଏ । ଯାହାର ସ୍ବାଦ ବେଶ ନିଆରା ରହିଥାଏ । ସେହପରି ବିଭିନ୍ନ ଜଙ୍ଗଲି ଛତୁ ମଧ୍ୟ ରହିଛି ଯାହାକୁ ଖାଦ୍ୟ ରୂପରେ ଗ୍ରହଣ କରାଯାଇଥାଏ । ବେଳେ ବେଳେ ଆମେ ବିଭିନ୍ନ ଜାଗାରେ ଏପରି କିଛି ଛତୁ ଦେଖିଥାଉ ଯାହା ଆମକୁ ଆଶ୍ଚର୍ଯ୍ୟ ଲାଗିଥାଏ । ଆମେ ନିଜକୁ ପ୍ରଶ୍ନ କରୁ ଏହା କିପରି ସମ୍ଭବ । ଏହା ବାବଦରେ ଜାଣିବାକୁ ଚେଷ୍ଟାକରୁ ଓ ଏହାର କାରଣ ଖୋଜିବାକୁ ଲାଗୁ ।

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ରତ୍ନପୁର ଗାଁରୁ ଏପରି ଏକ ଛତୁର ଚିତ୍ର ଆସିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଏହା ବାବଦରେ ଜାଣିବାକୁ ଚେଷ୍ଟା କରିବେ । ଏହି ଛତୁର ନା କଣ? ଏହାକୁ ଖାଇବା ଉଚିତ ନା ନାହିଁ ? ଏହା କେଉଁଠାରେ ଫୁଟେ?  ଏପରି ଅନେକ ପ୍ରଶ୍ନ ଆପଣଙ୍କ ମନରେ ଆସିବ । ଗାଁର ଜଣଙ୍କ ଜମିରେ ପାଲଗଦା ନିକଟରେ ୧୦ କିଲୋ ଓଜନ ୨ ଫୁଟ ଚଉଡ଼ା ଥିବା ଏକ ଛତୁ ଫୁଟିଛି । ଛତୁର ରଙ୍ଗ ରହିଛି ଧଳା । ଛତୁଟି ଦେଖିବାକୁ ପାଖାପାଖି ପାଲଛତୁ ପରି ଦେଖା ଯାଉଛି । ତେବେ ଏହି ଛତୁକୁ ଦେଖିବାକୁ ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ଼ ଜମିଛି । ସ୍ଥାନୀୟ ଲୋକଙ୍କ କହିବା କଥା ସେମାନେ ତାଙ୍କ ଜୀବନ କାଳରେ ଏତେବଡ଼ ଛତୁ କେବେ ଦେଖି ନଥିବା କହିଛନ୍ତି ।

ଛତୁକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିବା ବେଳେ ଗ୍ରାମବାସୀ ଏ ବାବଦରେ ପ୍ରଶାସନକୁ ଜଣାଇଛନ୍ତି । ଏହା ପାଲଛତୁ ପରି ଦେଖା ଯାଉଥିବା ବେଳେ ଏହାର ଚିହ୍ନଟ କରିବା । ଏହାସହ ଏହାର ପରୀକ୍ଷା କରାଯାଇ ଏହାକୁ ଖିଆଯାଇ ପାରିବ ନା ନାହିଁ । ଯଦି ଖାଇବା ଉପଯୁକ୍ତ ଏହାର ଚାଷ କିପରି କରାଯିବ । ଗ୍ରାମବାସୀ କହିଛନ୍ତି ଯଦି ଏହାକୁ ଚାଷ କରାଯାଏ ତେବେ ଚାଷୀ ଅଧିକ ଲାଭବାନ ହୋଇ ପାରିବେ । ପ୍ରଶାସନ ଏହାର ପରୀକ୍ଷା କରି ଜଣାଇବାକୁ ଗ୍ରାମବାସୀ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.