ଗଞ୍ଜାମ: ଶବକୁ ଶ୍ମଶାନକୁ ନେବା ପାଇଁ ଆଗେଇ ଆସିଲେ ନାହିଁ ଆତ୍ମୀୟସ୍ଵଜନ, ଦାହ କରିବାକୁ ନେଲେ ସରକାରୀ ବାବୁ

ବ୍ରହ୍ମପୁର(କେନ୍ୟୁଜ୍): କରୋନାର ଦ୍ୱିତୀୟ ଲହରର ଅଜଣା ଭୟ ଏବେ ଅନେକ ଙ୍କୁ ଥରାଇ ଦେଉଛି ।କାରଣ ଅନେକ ଅବିଶ୍ବାସନୀୟ ମୃତ୍ୟୁ ଦେଖିବାକୁ ମିଳୁଛି ।  ଏହି ପରି ସ୍ଥଳେ ଲୋକଙ୍କ ମଧ୍ୟରେ ଧେର୍ଯ୍ୟ ରଖିବା ସହିତ ମନରେ ସାହାସ ଜୁଟାଇବାର ଆବଶ୍ୟକତା ରହିଛି । ସରକାର ମଧ୍ୟ କରୋନାର ମୁକାବିଲା କରିବା ପାଇଁ ପଦକ୍ଷେପ ନେଉଛନ୍ତି । ଏହି ସଂକଟ ସମୟରେ କେହି ଯଦି ମୃତ୍ୟୁ ମୁଖରେ ପଡ଼େ ତେବେ ଦେଖାଯାଇଛି  ଶବକୁ କାନ୍ଧେଇବାକୁ କେହି ଆସନ୍ତି ନାହିଁ ।

ganjam 2

ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ସମରଝୋଳ ଗାଁରେ । ସେହି ଗାଁର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା ।ତେବେ ଶବକୁ ଶ୍ମଶାନକୁ ନେବା ପାଇଁ କେହି ଆତ୍ମୀୟସ୍ଵଜନ ଆସିଲେ ନାହିଁ ।

ଖବର ପାଇ ହିଞ୍ଜିଳିକାଟୁ ବିଡିଓ ଓ ପୌରସଂସ୍ଥା ନିର୍ବାହୀ ଅଧିକାରୀଙ୍କ ସମେତ ଜି ଆର୍ ଏସ୍ ଓ ଦୁଇ ଜଣ ସ୍ବେଚ୍ଛାସେବୀ ପିପିଇ କିଟ୍ ପିନ୍ଧି ଘରୁ ଶବକୁ ବାହାର କରି ଆମ୍ବୁଲାନ୍ସ ଯୋଗେ ଶ୍ମଶାନକୁ ନେଇ ଦାହ କରିଛନ୍ତି । ଏହି ଘଟଣାରେ ଅଫିସର ବାବୁଙ୍କ ମାନବିକତାକୁ ପ୍ରଶଂସା କରାଯାଇଥିବା ବେଳେ ଗଂଜାମ ଜିଲ୍ଲା ପାଳ ବିଜୟ ଅମୃତ କୁଲାଙ୍ଗେ ମଧ୍ୟ ପ୍ରଶଂସା କରି ଟୁଇଟ୍ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.