ଶିମିଳିପାଳରେ ତଲାସୀ ଅଭିଯାନ, ୨ ଶିକାରୀ ଗିରଫ

ଗିରଫ ଅଭିଯୁକ୍ତ ବନ୍ୟପ୍ରାଣୀ ଆଇନ ଉଲଘଂନ ଓ ଶିକାର ଅଭିଯୋଗରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ରହିଥିଲେ । ବର୍ତ୍ତମାନ ଜାମିନରେ ଥାଇ ପୁଣି ଅପରାଧ ଯୋଜନା କରୁଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

କରଞ୍ଜିଆ(କେନ୍ୟୁଜ୍): ଶିମିଳିପାଳରେ ତଲାସୀ ଅଭିଯାନରେ ୨ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ଏଥିସହ ୨ଟି ଦେଶୀ ବନ୍ଧୁକ, ୩ଟି ଏୟାର ଗନ୍‌ ଓ ୨ଲକ୍ଷ ୯୫ହଜାର ଟଙ୍କା ଜବତ ହୋଇଛି । ଗତ ୧୮ ତାରିଖରେ ଖୁଣ୍ଟା ଥାନା ଅନ୍ତର୍ଗତ କୁଆମରା, ସାଇଁକୁଳା ଓ ହାଟନୂଆଗାଁ ଠାରେ ଚଢାଉ ହୋଇଥିଲା । ସାଇଁକୁଳାରୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

ଗିରଫ ଅଭିଯୁକ୍ତମାନେ ହେଲେ ସାଇଁକୁଳାର ସନ୍ତୋଷ ସାହୁ ଏବଂ ଅଶ୍ୱିନୀ କୁମାର ଦେ । ଏହି ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ବନ୍ୟପ୍ରାଣୀ ଶିକାର ଓ ବନ୍ୟ ଦ୍ରବ୍ୟ ଚୋରା ଚାଲାଣ ମାମଲାରେ ଜଡିତ ଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ବନ୍ୟପ୍ରାଣୀ ଆଇନ ଉଲଘଂନ ଓ ଶିକାର ଅଭିଯୋଗରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ରହିଥିଲେ । ବର୍ତ୍ତମାନ ଜାମିନରେ ଥାଇ ପୁଣି ଅପରାଧ ଯୋଜନା କରୁଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏହାସହିତ ସନ୍ତୋଷଙ୍କ ନାଁରେ ଏକ ଠକେଇ ମାମଲା ଭଞ୍ଜପୁର ଥାନାରେ ଥିବା ବେଳେ ସେ ଫେରାର ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.