ଯଦି ଆପଣଙ୍କ ପାନ୍ କାର୍ଡ଼ ନିଷ୍କ୍ରିୟ ହେଇଯାଇଛି ତେବେ ଆଜି ହିଁ କରନ୍ତୁ ଆକ୍ଟିଭେଟ, ନଚେତ ଭୋଗି ପାରନ୍ତି ଏହି ସବୁ ଅସୁବିଧା

ଆପଣ ନିଜର ନିଷ୍କ୍ରିୟ ପାନ୍ କାର୍ଡ଼କୁ ବର୍ତ୍ତମାନ ମଧ୍ୟ ITRରେ ଦାଖଲ କରି ପାରିବେ । OCIs ବା ବିଦେଶୀ ନାଗରିକମାନେ ସେମାନଙ୍କର ଆବାସିକ ସ୍ଥିତି ବିଷୟରେ ସେମାନଙ୍କର JAOକୁ ଅବଗତ କରାଇବାକୁ ଅନୁରୋଧ କରାଯାଇଛି । ସହାୟକ ଡକ୍ୟୁମେଣ୍ଟ ଏବଂ ପାନ୍ ଡାଟାବେସ୍ ଅପଡେଟ୍ କରିବାକୁ ଅନୁରୋଧ କରାଯାଇଛି ।

କଣ ଆପଣ ଜଣେ NRI/OCI କି? ପାନ୍ କାର୍ଡ଼ ଆଧାର କାର୍ଡ ସହ ଲିଙ୍କ କରିବା ଛାଡ଼ ସତ୍ତ୍ୱେ ଆପଣଙ୍କ ପାନ୍ କାର୍ଡ଼ ନିଷ୍କ୍ରିୟ ହୋଇଯାଇଛି କି ? ତେବେ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ଆପଣଙ୍କ ପାଇଁ ଏକ ଖୁସି ଖବର ଆଣିଛି । ଆପଣ ବର୍ତ୍ତମାନ ଏହି ଚିନ୍ତାରୁ ମୁକ୍ତ ହୋଇ ପାରିବେ । ଆପଣ ନିଜର ନିଷ୍କ୍ରିୟ ପାନ୍ କାର୍ଡ଼କୁ ବ୍ୟବହାର କରି ମଧ୍ୟ ITRରେ ଫାଇଲ କରି ପାରିବେ ।

ଏନଆରଆଇ ପାଇଁ ଆଇଟି ବିଭାଗ ସେମାନଙ୍କ ଆବାସିକ ସ୍ଥିତି ବିଷୟରେ ଆଧାରରେ ମ୍ୟାପିଂ କରିଛନ୍ତି । ସେମାନେ ତିନି ମୂଲ୍ୟାଙ୍କନ ବର୍ଷର ଇନକମ ଟ୍ୟାକ୍ସ ରିଟର୍ଣ୍ଣ କରିଛନ୍ତି ନା ଜରିସିଡିଶନାଲ ଅସେସମେଣ୍ଟ ଅଫିସର JAOକୁ ଜଣାଇଛନ୍ତି । ଯଦି ଏହି କ୍ରାଇଟେରିଆ ପୂରଣ ନହୋଇଛି ତେବେ ପାନ୍‌ କାର୍ଡ଼ ଗୁଡ଼ିକ ନିଷ୍କ୍ରିୟ କରାଯାଇଛି । ନିଷ୍କ୍ରିୟ ପାନ୍ କାର୍ଡ ଥିବା NRI ମାନଙ୍କୁ ସେମାନଙ୍କର ଆବାସିକ ସ୍ଥିତି ବିଷୟରେ JAOଙ୍କୁ ଜଣାଇବାକୁ କୁହାଯାଇଛି । ଡକ୍ୟୁମେଣ୍ଟ୍ ଏବଂ ପାନ୍ ଡାଟାବେସ୍ ଅପଡେଟ୍ କରିବାକୁ ଏକ ଅନୁରୋଧ କରନ୍ତୁ ।

ଓଭରସିଜ୍ ସିଟିଜେନସିପ୍ ଅଫ୍ ଇଣ୍ଡିଆ ବା ବିଦେଶୀ ନାଗରିକଙ୍କ ପାଇଁ ଯେଉଁମାନେ ବାସିନ୍ଦା ସ୍ଥିତିରେ ପାନ୍ ପାଇଁ ଆବେଦନ କରିଥିଲେ ଏବଂ JAO ସହିତ ସେମାନଙ୍କର ଆବାସିକ ସ୍ଥିତିକୁ ସଂଶୋଧନ କରିନାହାଁନ୍ତି କିମ୍ବା ଗତ ତିନି ବର୍ଷରେ ITR ଦାଖଲ କରିନାହାଁନ୍ତି, ସେମାନଙ୍କ ପାନ୍ କାର୍ଡଗୁଡିକ ନିଷ୍କ୍ରିୟ କରାଯାଇଛି । OCIs ବା ବିଦେଶୀ ନାଗରିକମାନେ ସେମାନଙ୍କର ଆବାସିକ ସ୍ଥିତି ବିଷୟରେ ସେମାନଙ୍କର JAOକୁ ଅବଗତ କରାଇବାକୁ ଅନୁରୋଧ କରାଯାଇଛି । ସହାୟକ ଡକ୍ୟୁମେଣ୍ଟ ଏବଂ ପାନ୍ ଡାଟାବେସ୍ ଅପଡେଟ୍ କରିବାକୁ ଅନୁରୋଧ କରାଯାଇଛି ।

ବିଭାଗ ସ୍ପଷ୍ଟ କରିଛି ଯେ ନିଷ୍କ୍ରିୟ ପାନ୍ ଏକ ନିଷ୍କ୍ରିୟ ପାନ୍ ନୁହେଁ । ପାନ୍ ନିଷ୍କ୍ରିୟ ହେବା ପରେ ମଧ୍ୟ ଇନକମ ଟ୍ୟାକ୍ସ ରିଟର୍ଣ୍ଣ (ITR) ଫାଇଲ୍ କରିପାରିବେ ।
ନିଷ୍କ୍ରିୟ ପାନ୍‌ କାର୍ଡ଼ ରଖିଲେ କଣ ପରିଣାମ ହେବ ତାହା ଜାଣି ରଖନ୍ତୁ । ନିଷ୍କ୍ରିୟ ହୋଇଯାଇଥିବା ପାନ୍ କାର୍ଡ଼ରେ ପେଣ୍ଡିଂ ରିଫଣ୍ଡ ଏବଂ କରେସପଣ୍ଡିଂ ଇଣ୍ଟ୍ରେଷ୍ଟ ଜାରି ହେବ ନାହିଁ । ଧାରା ୨୦୬AA ଅନୁଯାୟୀ, ନିଷ୍କ୍ରିୟ ପାନ୍‌ ପାଇଁ TDS ରେ ଟିକସ ରିହାତି ଅଧିକ ହାରରେ କଟାଯିବ । ସେହିପରି ନିଷ୍କ୍ରିୟ ପାନ୍ ପାଇଁ TCS ଟ୍ୟାକ୍ସ ଅଧିକ ହାରରେ ସଂଗ୍ରହ କରାଯିବ ।