ରଙ୍ଗ ରୁଟରେ ଦୁର୍ଘଟଣା: ଦୁଇ ପଥଚାରୀଙ୍କ ଉପରେ ଚଢିଗଲା ଯାତ୍ରୀବାହୀ ବସ୍ ‘କୌଶଲ୍ୟା’

ଯୋଡ଼ା(କେନ୍ୟୁଜ୍): ବସ୍ ମାଡ଼ିଯାଇ ୨ ଯୁବକ ମୃତ । ଏନ୍ ଏଚ୍ ୫୨୦ ଲହଣ୍ଡା ଛକ ନିକଟରେ କୌଶଲ୍ୟା ନାମକ ଏକ ଯାତ୍ରୀବାହୀ ବସ୍ ଦୁଇ ପଥଚାରୀଙ୍କ ଉପରେ ମାଡ଼ିଯିବାରୁ ଘଟଣା ସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ବସଟି ରାତିରେ ବଡ଼ବିଲରୁ ବାରିପଦା ଅଭିମୁଖେ ଯାଉଥିଲା ବେଳେ, ଦୁର୍ଘଟଣା ଘଟିଥିଲା । ଦୁଇ ମୃତକ ହେଉଛନ୍ତି ଲହଣ୍ଡା ମୁଣ୍ଡା ସାହିର ଜେନା ମୁଣ୍ଡା ଓ ପରମେଶ୍ବର ମୁଣ୍ଡା ।

ତେବେ କୌଶଲ୍ୟା ବସଟି ରଙ୍ଗ ରୁଟରେ ଯିବା ସମୟରେ ରାସ୍ତା ଅତିକ୍ରମ କରୁଥିବା ଦୁଇ ଯୁବକଙ୍କ ଉପରେ ଚଢ଼ି ଯାଇଥିଲା । ତେବେ ଦୁର୍ଘଟଣା ପରେ ବସଟି ସେଠାରେ ନ ଅଟକି ୨୦ କି.ମି. ଦୂର ରିମୁଳି ଫାଣ୍ଡିରେ ସରେଣ୍ଡର କରିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଥିବାବେଳେ, ସ୍ଥାନୀୟ ଲୋକେ ଟାୟାର ଜାଳି ରାଜପଥ ଅବରୋଧ କରିଥିଲେ । ଯୋଡ଼ା ପୋଲିସ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝା ସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.