ରାଜଧାନୀ ଉପକଣ୍ଠ ନକଲି ଜର୍ଦା କାରଖାନାରେ ଚଢାଉ, ୨ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀରେ ନକଲି ଜର୍ଦା କାରଖାନା। ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା, ଜଟଣୀ ଆଦି ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ନକଲି ଜର୍ଦା ସହ ଗୁଟଖା ତିଆରି ସାମଗ୍ରୀ ଜବତ କରିଛି ଜଟଣୀ ପୋଲିସ ଓ STF। ସୂଚନା ମୁତାବକ ଉକ୍ତ ଘଟଣାରେ ଜଟଣୀ ଅଞ୍ଚଳର ପବିତ୍ର ପ୍ରସାଦ ଓ ବାଲିପାଟଣା ଥାନା ଭିକାରୀସାହିରୁ ଲକ୍ଷ୍ମୀଧର ସାହୁକୁ ଗିରଫ କରିଛି ପୋଲିସ ।