ପୋଖରୀରେ ବୁଡି ଦୁଇ ନାବାଳକ ମୃତ

ଅଭିମାନପୁର ଗ୍ରାମ ପୋଖରୀରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତ ଦୁଇ ନାବାଳକ ଦଦା ପୁଅ ଓ ବଡବାପା ପୁଅ ଭାଇ । ମୃତ ନାବାଳକ ହେଲେ ଅଭିମାନପୁର ଗ୍ରାମର ଲିପୁନ କର(10) ଓ ପ୍ରଦୀପ୍ତ ପ୍ରଳୟ କର(12)।

ଅଭିମାନପୁର ଗ୍ରାମ ପୋଖରୀରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତ ଦୁଇ ନାବାଳକ ଦଦା ପୁଅ ଓ ବଡବାପା ପୁଅ ଭାଇ । ମୃତ ନାବାଳକ ହେଲେ ଅଭିମାନପୁର ଗ୍ରାମର ଲିପୁନ କର(10) ଓ ପ୍ରଦୀପ୍ତ ପ୍ରଳୟ କର(12)।

ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ବାଉଁଶିଆପଡା ପଞ୍ଚାୟତ ଅନ୍ତର୍ଗତ ଅଭିମାନପୁର ଗ୍ରାମ କାର୍ତ୍ତିକ କରଙ୍କ 10ବର୍ଷର ପୁଅ ଲିପୁନ କର ଓ ସର୍ବେଶ୍ବର କରଙ୍କ ପୁଅ 12ବର୍ଷର ପୁଅ ଗ୍ରାମ ପୋଖରୀ ଆଜି ସକାଳ ଗାଧୋଇବାକୁ ଯାଇଥିଲେ ।

ଗାଧୋଇବା ସମୟରେ ଅସାବଧାନତା ଯୋଗୁ ପୋଖରୀ ଦୁଇ ଭାଇ ବୁଡ଼ି ଯାଇଥିଲେ I ସ୍ଥାନୀୟ ଲୋକ ଦେଖି ଉଭୟ ଦୁଇ ଭାଇଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ | ତେବେ ଡାକ୍ତର ଉଭୟ ଦୁଇ ଭାଇଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖାଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.