‘ଦ ଲେଡି କିଲର୍‌’ର ପ୍ରଥମ ଟ୍ରେଲର ଆସିଲା ସାମ୍ନାକୁ, ଖୁବ୍‌ ଶୀଘ୍ର ସିନେମା ହଲ୍‌ରେ ମୁକ୍ତି ଲାଭ କରିବ ଫିଲ୍ମ

ଅର୍ଜୁନ କପୁର ଓ ଅଭିନେତ୍ରୀ ଭୂମି ପେଡନେକରଙ୍କ ଅପ୍‌କମିଂ ଫିଲ୍ମ ‘ଦ ଲେଡ୍‌ କିଲର୍‌’ ର ଟ୍ରେଲର ରିଲିଜ୍‌ ହୋଇଛି । ଫିଲ୍ମର ଟ୍ରେଲର ସୋସିଆଲ ମିଡିଆରେ ରିଲିଜ ହେବା ମାତ୍ରେ ଏହାକୁ ଦର୍ଶକ ବହୁତ ହିଁ ପସନ୍ଦ କରୁଛନ୍ତି । ଏହା ସହ ଫ୍ୟାନ୍ସ ଫିଲ୍ମରେ ଅର୍ଜୁନ କପୁରଙ୍କ ଅଭିନୟ ବହୁତ ପସନ୍ଦ କରିବା ସହ ପ୍ରଶଂସା ମଧ୍ୟ କରିଛନ୍ତିି ।

ବଲିଉଡର ହ୍ୟାଣ୍ଡସମ୍‌ ହଙ୍କ ଅର୍ଜୁନ କପୁର ଓ ଅଭିନେତ୍ରୀ ଭୂମି ପେଡନେକର ଗତ କିଛି ଦିନ ହେବ ନିଜ ଅପ୍‌କମିଂ ଫିଲ୍ମ ‘ଦ ଲେଡ୍‌ କିଲର୍‌’କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । ତେବେ ଫିଲ୍ମ ମେକର୍ସ ଦୁହିଁଙ୍କ ଫ୍ୟାନ୍ସଙ୍କୁ ଏକ ବଡ ସର୍‌ପ୍ରାଇଜ୍‌ ଦେଇ ଫିଲ୍ମର ଟ୍ରେଲର ରିଲିଜ୍‌ କରିଛନ୍ତି । ଫିଲ୍ମର ଟ୍ରେଲର ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଛି । ଫିଲ୍ମଟି ସିନେମା ହଲ୍‌ରେ ହଇଚଇ ସୃଷ୍ଟି କରିବ ।

ଫିଲ୍ମ ‘ଦ ଲେଡି କିଲର୍‌’ର ଟ୍ରେଲର ୨ ମିନିଟ୍‌ ୨୨ ସେକେଣ୍ଡେର ରହିଛି । ଟ୍ରେଲର୍‌ ଆରମ୍ଭ ଅର୍ଜୁନ କପୁରଙ୍କ ଠାରୁ ହୋଇଛି । ଷ୍ଟୋରୀରେ ଦେଖିବା ପାଇଁ ମିଳିଛି ଯେ ଅର୍ଜୁନ କପୁର ଏକ ନୂଆ ସହରକୁ ରହିବା ପାଇଁ ଯାଇଛନ୍ତି । ସେଠାରେ ସେ ଅଭିନେତ୍ରୀ ଭୂମି ପେଡନେକରଙ୍କ ସହ ତାଙ୍କ ଦେଖା ହେଉଛି । ତେବେ ଟ୍ରେଲରରେ ଅର୍ଜୁନ କପୁର ଏକ ଭିନ୍ନ ଲୁକ୍‌ରେ ନଜର ଆସିଛନ୍ତି ଏବଂ ଭୂମି ମଧ୍ୟ ଜବରଦସ୍ତ ଲୁକ୍‌ରେ ନଜର ଆସୁଛନ୍ତି । ଫିଲ୍ମର ଟ୍ରେଲର ସୋସିଆଲ ମିଡିଆରେ ରିଲିଜ ହେବା ମାତ୍ରେ ଏହାକୁ ଦର୍ଶକ ବହୁତ ହିଁ ପସନ୍ଦ କରୁଛନ୍ତି । ଏହା ସହ ଫ୍ୟାନ୍ସ ଫିଲ୍ମରେ ଅର୍ଜୁନ କପୁରଙ୍କ ଅଭିନୟ ବହୁତ ପସନ୍ଦ କରିବା ସହ ପ୍ରଶଂସା ମଧ୍ୟ କରିଛନ୍ତିି ।

ଫିଲ୍ମ ‘ଦ ଲେଡି କିଲର୍‌’ ଜରିଆରେ ଅର୍ଜୁନ କପୁର ଓ ଭୂମି ପେଡନେକର ଏକା ସହିତ ସ୍କ୍ରିନ୍‌ ସେୟାର କରିଛନ୍ତି । ଏହାସହ ଫ୍ୟାନ୍ସଙ୍କୁ ଟ୍ରେଲରରେ ଅର୍ଜନୁ ଓ ଭୂମିଙ୍କ କେମେଷ୍ଟ୍ରି ବହୁତ ପସନ୍ଦ ଆସିଛି । ଟ୍ରେଲର ଦେଖିଲା ପରେ କିଛି ଦର୍ଶକଙ୍କ କହିବା କଥା ଯେ ଏହି ଫିଲ୍ମ ଅର୍ଜୁନ କପୁରଙ୍କ କ୍ୟାରିୟର ପାଇଁ ଏକ ବଡ ହିଟ୍‌ ଫିଲ୍ମ ହୋଇପାରେ । ଫିଲ୍ମଟିକୁ ଅଜୟ ବହଲ ନିର୍ଦ୍ଦେଶକ ଦେଇଛନ୍ତି । ଏହି ଫିଲ୍ମଟି ସିନେମା ହଲ୍‌ରେ ନଭେମ୍ବର ୩ରେ ରିଲିଜ୍‌ ହେବାକୁ ଯାଉଛି । ଫିଲ୍ମଟି ସିନେମା ହଲ୍‌ ସହ ଓଟିଟି ପ୍ଲାଟଫର୍ମରେ ମଧ୍ୟ ରିଲିଜ୍‌ ହେବ ।

ଅର୍ଜୁନ କପୁର ତାଙ୍କ ପ୍ରଫେଶ୍‌ନାଲ ଲାଇଫ୍‌ ଅପେକ୍ଷା ଲଭ୍‌ ଲାଇଫ୍‌କୁ ନେଇ ସବୁ ବେଳେ ଚର୍ଚ୍ଚାରେ ରହନ୍ତି । ଅର୍ଜୁନ ତାଙ୍କ ଠାରୁ ବୟସରେ ବଡ଼ ମଲାଇକା ଅରୋରାଙ୍କୁ ଡେଟ୍‌ କରୁଛନ୍ତି । କିଛି ଦିନ ପୂର୍ବରୁ ଅର୍ଜନୁ ବହୁତ ହିଁ ଖାସ୍‌ ଭାବେ ମଲାଇକା ଅରୋରାଙ୍କ ଜନ୍ମ ଦିନ ପାଳନ କରିଥିଲେ । ଯାହାକୁ ନେଇ ଦୁହେଁ ସୋସିଆଲ ମିଡିଆରେ ଅନେକ ଦିନ ଧରି ଚର୍ଚ୍ଚାରେ ମଧ୍ୟ ରହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.